ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳରେ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଡାକ୍ତର ସଂଜୟ ଦାସଙ୍କ ସଂଯୋଜନାରେ ଧାମନଗରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଂସଦ ମଂଜୁଲତା ମଣ୍ଡଳ ଉଦ୍ଘାଟନ କରି ମେଳାକୁ ପରିଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ଧାମନଗର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଅସୁରାଳି ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ବିଜେଡି ଜିଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଧାମନଗର ବ୍ଲକ୍ ବିଜେଡି ସଭାପତି ଉମେଶ ମହାନ୍ତି, ବ୍ଲକ୍ ଯୁବ ସଭାପତି ଭାରତ ବିଜୟୀ ଦଳାଇ, ସାଂସଦ ପ୍ରତିନିଧି ହରେକୃଷ୍ଣ ପାଢୀ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଏମ୍ଡି ନୁରାନି, ନଗର ବିଜେଡି ସଭାପତି ସୁଶାନ୍ତ ରାଉତ, ଏନଏସି ସାଂସଦ ପ୍ରତିନିଧି ଜଗଦୀଶ ପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ, ହାଇଟେକ୍ ମେଡିକାଲ କଲେଜର ଉପାଧ୍ୟକ୍ଷ ଡାକ୍ତର ସୁବାଷ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜକ ଏବଂ ଏଥିରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ଶିବିରରେ ଯୋଗ ଦେଇଥିବା ରାଜ୍ୟ ପ୍ରତିଷ୍ଠିତ ଡାକ୍ତରମାନଙ୍କ ଦ୍ୱାରା ଗ୍ରାମାଞ୍ଚଳର ଲୋକେ ମାଗଣାରେ ଏବଂ ସହଜରେ ନିଜର ରୋଗ ପରୀକ୍ଷା ନିରୀକ୍ଷା କରି ଚିକିତ୍ସିତ ହୋଇପାରିଲେ ବୋଲି ମତ ରଖିଥିଲେ । ଏଥିରେ କଟକ ଓ ବ୍ରହ୍ମପୁର ସରକାରୀ ମେଡିକାଲ କଲେଜ ସମେତ ଭୁବନେଶ୍ୱର କିମସ୍, ସମ୍, ହାଇଟେକ୍, କିଟ୍ ମେଡିକାଲର ଡାକ୍ତରମାନେ ଯୋଗଦେଇ ରୋଗୀଙ୍କୁ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଥିଲେ । ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ ସ୍ୱୟଂ ସହାୟକା ଗୋଷ୍ଠୀ, ଏମ୍ବିକେ ଓ ସିଆରପିର ମହିଳା, ଆଶାକର୍ମୀ, କଟକ ନର୍ସିଂ ଦଳ, ଡାକ୍ତରୀ ଦଳ, ପାରା ମେଡିକାଲ କର୍ମଚାରୀ ସମେତ ବ୍ଲକ୍ର ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ଏନଏସିର କାଉନ୍ସିଲର ପ୍ରମୁଖ ସାମିଲ ହୋଇ ପରିଚାଳନାରେ ସହଯୋଗ କରିଥିଲେ ।