Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା କମିଛି, ତଳିଆ ଅଂଚଳରେ ଦୁର୍ଦ୍ଦଶା ବଢିଛି, ବନ୍ୟା ଜଳରେ ଭାସିଯାଇ ଜଣେ ନିଖୋଜ,...

ଧାମନଗରରେ ବନ୍ୟା କମିଛି, ତଳିଆ ଅଂଚଳରେ ଦୁର୍ଦ୍ଦଶା ବଢିଛି, ବନ୍ୟା ଜଳରେ ଭାସିଯାଇ ଜଣେ ନିଖୋଜ, କଣ୍ଡିଆ ନଦୀରେ ଘାଇ

28

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରରେ ବୁଧବାର ଠାରୁ ବନ୍ୟା ଜଳ ମାଡିଯିବା ଫଳରେ ବ୍ୟାପକ ଚାଷଜମି ସମେତ ରାସ୍ତାଘାଟ ଓ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଧୁଷୁରୀ ନିକଟସ୍ଥ ହରିହଂସ ରାସ୍ତାରେ ପ୍ରଖର ବନ୍ୟାପାଣିରେ ଜଣେ ଯୁବକ ନିଖୋଜ ଅଛନ୍ତି । ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲା ମଙ୍ଗଳପୁର ଅଂଚଳର କିଶୋର ପଣ୍ଡାଙ୍କ ପୁଅ ସଂଜୀବ ଶୁକ୍ରବାର ଦିନ ନିଜର ଓଡି୨୨ଓଡିଏସ୍‌୪୧୨୯ ନମ୍ବରର ବାଇକ୍ ନେଇ ମଙ୍ଗଳପୁର ଆସୁଥିବାବେଳେ ଧୁଷୁରୀ ହସନାବାଦ ରାସ୍ତାରେ ହରିହଂସ ନିକଟସ୍ଥ ଘୋଷରାରେ ଯାଉଥିବା ବନ୍ୟା ସ୍ରୋତରେ ଭାସି ଯାଇଥିଲେ । ତେବେ ଶନିବାର ଖବର ପାଇ ଧୁଷୁରୀ ଥାନାରେ ଜଣାଇବା ପରେ ଧାମନଗର ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ସଂଜୀବର କୌଣସି ସନ୍ଧାନ ପାଇନଥିଲେ । କେବଳ ଗୋଟେ ବ୍ୟାଗ୍‌, ବାଇକ୍ ଓ ହେଲମେଟ୍ ପାଇଥିଲେ । ସୂଚନା ଥାଉକି ଏହି ବନ୍ୟା ଦ୍ୱାରା ଧାମନଗର ବ୍ଲକ୍‌ରେ ନାହିଁ ନଥିବା କ୍ଷତି ଘଟିଥିବାବେଳେ ଏବେବି ଧାମନଗର ବ୍ଲକ୍‌ର ପଧାନୀ, ଅର୍ଜୁନପୁର, ହସନାବାଦ, ନଦୀଗାଁ, ଭଟସାହି, ବୟାଙ୍ଗଡିହି, କୋଠାର, ରଇପୁର, ଫତେପୁର, କରଦା, ଧୁଷୁରୀ ଆଦି ପଞ୍ଚାୟତରେ ବନ୍ୟା ପାଣି କମିବାର ନା ଧରୁନି । ନଦୀଗାଁ ପଂଚାୟତର କଣ୍ଡିଆ ନଦୀରେ ୫୦ ଫୁଟ୍‌ରେ ଘାଇ ହେବାଦ୍ୱାରା ତିର୍ଣ୍ଣପାଳ, ଠାକୁରପାଟଣା ଗ୍ରାମର ଲୋକ ବନ୍ୟାଜଳ ଘେରରେ ରହିଛନ୍ତି । ଚଳିତ ବନ୍ୟାରେ ଧାମନଗର ବ୍ଲକ୍‌ର ୩୦ ପଂଚାୟତର ୧୩୨ ଗ୍ରାମର ୪୨୩୨ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି । ତେବେ ବନ୍ୟାପାଣି କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କୃଷି ବିଭାଗ ସୂଚନା ଦେଇଛନ୍ତି । ଏହି ବନ୍ୟା ବିପନ୍ନଙ୍କୁ ପଂଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଥିବାବେଳେ ଏବିଭିପି ପକ୍ଷରୁ ବିଭିନ୍ନ ଗ୍ରାମରେ ପହଞ୍ôଚ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.