Home ଜିଲ୍ଲା ପରିକ୍ରମା ଧାମନଗରରେ ପୀରବାବଙ୍କ ଉର୍ଷ ଉତ୍ସବରେ ଭକ୍ତଙ୍କ ସମାଗମ, ମାନିଲେନି କରୋନା କଟକଣାକୁ

ଧାମନଗରରେ ପୀରବାବଙ୍କ ଉର୍ଷ ଉତ୍ସବରେ ଭକ୍ତଙ୍କ ସମାଗମ, ମାନିଲେନି କରୋନା କଟକଣାକୁ

84

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଠାରେ ପ୍ରସିଦ୍ଧ ପୀରବାବା ହଜରତ ମୁଜାହିଦେ ଏ ମିଲ୍ଲତଙ୍କ ୪୨ତମ ଉର୍ଷ ଉତ୍ସବ ଦୁଇଦିନ ଧରି ପାଳିତ ହୋଇଥିବାବେଳେ ଆଜି ଉଦ୍‌ଯାପନି ଦିବସରେ ଅପରାହ୍ନ ୪.୩୦ମିନିଟ୍‌ରେ ଖାନକା ସିରଫ ଠାରେ କରୋନା କଟକଣା ମଧ୍ୟରେ ସ୍ୱଳ୍ପ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନେଇ ସମୁହ ପ୍ରାର୍ଥନା ହୋଇଥିଲା । ତେବେ ଗତବର୍ଷ ଏହି କରୋନା କଟକଣା ଥିବାରୁ ନିରାଡ଼ମ୍ବର ପୂର୍ଣ୍ଣ ଭାବରେ ଏହି ଉର୍ଷ ଉତ୍ସବ ପାଳନ ହୋଇଥିବାବେଳେ ଚଳିତ ବର୍ଷ ଏହି ଉର୍ଷ ଉତ୍ସବ ନିରାଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ କଡା ତାଗିଦ କରାଯାଇଥିଲା । ଏପରିକି ବାହାରକୁ କୌଣସି ଦୋକାନ ବଜାର ନପକାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଥିଲା । ତେବେ ବାହାରୁ କେତେକ ଦୋକାନୀ ମନୋମୁଖି ଭାବରେ ପକାଇଥିବାରୁ ଧାମନଗର ପୋଲିସ ପକ୍ଷରୁ ସେ ଦୋକାନୀ ଗୁଡ଼ିକୁ ହଟାଇ ଦିଆଯାଇଥିଲା । ତେବେ ଦୁଇଦିନ ପୀରବାବାଙ୍କ ଏହି ଉର୍ଷ ଉତ୍ସବ ପାଳନ ହୋଇଥିବାବେଳେ ପ୍ରଥମ ଶୁକ୍ରବାର ଦିନ ଭକ୍ତଙ୍କ ସମାଗମ କମ୍ ଥିବାବେଳେ ଆଜି କରୋନା କଟକଣା ନିୟମ ତଥା ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରି ବାହାରର ବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଯାହାକି ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ହୋଇଥିଲା । ବାରମ୍ବାର ପ୍ରଶାସନ ପକ୍ଷରୁ ସେପରି ଭିଡ଼ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଅତ୍ୟାଧିକ ଜନଗହଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ଖାନକା ସରିଫ ଭିତରେ ଉର୍ଷ କମିଟି ପକ୍ଷରୁ ଏହି କରୋନା କଟକଣାକୁ ପାଳନ କରି ଉର୍ଷ କମିଟିର ସଦସ୍ୟ ଉପସ୍ଥିତ ରହି ସୁପାରିଚାଳନା କରିଥିବାବେଳେ ରାସ୍ତାଉପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଯାହାଫଳରେ ଧାମନଗର- ଜୟନଗର ରାସ୍ତା ଦୀର୍ଘସମୟ ଜନଗହଳୀପୂର୍ଣ୍ଣ ରହିବାଫଳରେ ଗାଡ଼ିମୋଟର ଯାତାୟତରେ ବାଧାସୃଷ୍ଟି ହେବା ସହ ଏପରିକି ଏକ ଆମ୍ବୁଲାନ୍ସ ମଧ୍ୟ ଜନଗହଳିରୁ ପାରିହେବାକୁ ବହୁସମୟ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.