Home ଜିଲ୍ଲା ପରିକ୍ରମା ଧାମନଗରରେ କରୋନା କଟକଣା ପାଇଁ ସ୍ଥାନୀୟ ପ୍ରଶାସନ ତତ୍‌ପର

ଧାମନଗରରେ କରୋନା କଟକଣା ପାଇଁ ସ୍ଥାନୀୟ ପ୍ରଶାସନ ତତ୍‌ପର

15

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀରେ ଗାଁରୁ ସହର ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଦେଇଥିବାବେଳେ ପୁଣି କରୋନାର ଦ୍ୱିତୀୟ ଲହର ବୃଦ୍ଧିପାଇବାର ଆଶଂକାକୁ ଲକ୍ଷକରି ସ୍ଥାନୀୟ ପ୍ରଶାସନ ଏବେ ତତ୍‌ପର ହୋଇ ଉଠିଛି । ଆଜି ଭଦ୍ରକ ଜିଲ୍ଳାପାଳ ଜ୍ଞାନ ଦାସ ଧାମନଗର ତହସିଲ ପରିସରରେ କରୋନା କଟକଣା ପାଇଁ ଏକ ଜରୁରି ବୈଠକ ଡ଼କାଇ ବିଭିନ୍ନ ଆଲୋଚନା କରିଛନ୍ତି । ଯେପରି କରୋନାକୁ ଅଧିକ ବଢାଇ ଦିଆନଯିବ ସେନେଇ ବିଭିନ୍ନ ପଦକ୍ଷେପ ମାନ ପ୍ରସ୍ତୁତ କରାଯାଇଛି । ଆସନ୍ତା କାଲି ଠାରୁ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ରୁ ୯ ପର୍ଯ୍ୟନ୍ତ ହାଟ ସ୍ଥାନୀୟ ମେଡ଼ିକାଲ ପଛପଟ ମେଳନ ପଡ଼ିଆରେ ହେବ ଏବଂ ପ୍ରତ୍ୟେକ ଦୋକାନି ମାନେ ମାସ୍କ ପିନ୍ଧିବା ସହିତ ଦୋକାନ ମାନଙ୍କରେ ଭିଡ଼ ନକରିବାପାଇଁ ଦୋକାନ ଆଗରେ ଗୋଲେଇ କାଟି ଦୂରତା ରକ୍ଷା କରିବାପାଇଁ ମଧ୍ୟ ନିଷ୍ପତି ହୋଇଛି । ଏହି ଆଇନ୍‌କୁ ଅମାନ୍ୟ କଲେ କୋଭିଡ଼ ଆଇନ୍ ଅନୁଯାୟୀ ଆର୍ଥିକ ଦଣ୍ଡ କରାଯିବବୋଲି ଜିଲ୍ଲାପାଳ ଚେତାଇ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ରାଧାକାନ୍ତ ବାରିକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଏସ୍‌ଡ଼ିପିଓ ଅଶୋକ କୁମାର ଦାସ, ଆଇଆଇସି ରତିକାନ୍ତ ଗିରି ଓ ଧାମନଗର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.