Home ଜିଲ୍ଲା ପରିକ୍ରମା ଧାନ ଶୀଘ୍ର ନ ଉଠିଲେ ପରିସ୍ଥିତି ଅସମ୍ଭାଳ ହେବ – ଚାଷୀ , ପୁଣି ବ୍ରହ୍ମପୁରରେ...

ଧାନ ଶୀଘ୍ର ନ ଉଠିଲେ ପରିସ୍ଥିତି ଅସମ୍ଭାଳ ହେବ – ଚାଷୀ , ପୁଣି ବ୍ରହ୍ମପୁରରେ ଚାଷୀ ଉତ୍ତେଜନା

20

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ବ୍ରହ୍ମପୁର ପଞ୍ଚାୟତରେ ଚାଷୀଙ୍କ ଧାନ କିଣା ବିବାଦ ଥମିବାର ନାଁ ଧରୁନାହିଁ । ପଞ୍ଚାୟତରେ ଆଜି ପୁଣି ଚାଷୀ ଉତ୍ତେଜନା ଦେଖା ଦେଇଛି । ପୁଲିସ ଉପସ୍ଥିତିରେ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଛି । ଧାନ ରଖିଥିବା ଚାଷୀମାନେ ଧାନ ତଦାରଖ ପାଇଁ ସେଠାରେ ପହଞ୍ଚିଥିବା ସରକାରୀ ଅଧିକାରୀଙ୍କୁ ଆତ୍ମହତ୍ୟା କରିବାର ଧମକ ଦେବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ପ୍ରକାଶ ଯେ ବ୍ରହ୍ମପୁର ସେବା ସମବାୟ ସିମତିକୁ ଧାନ କିଣାରୁ ବାଦ୍ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କିଣା ଅନୁମତି ଦିଆଯାଇଥିବା ନେଇ ସୃଷ୍ଟି ହୋଇଥିବା ବିବାଦ ଶେଷ ହେଉନାହିଁ । ବ୍ରହ୍ମପୁର ପଞ୍ଚାୟତର ବରାଙ୍ଗ ଗ୍ରାମଠାରେ ହଜାର ହଜାର ବସ୍ତା ଧାନ ଏକ ଖଳାରେ ଜମା ହୋଇ ରହିଥିବା ଖବର ପାଇ ଗତକାଲି ଯେଗାଣ ବିଭାଗ ସେଠାରେ ପହଞ୍ଚିଥିଲା । ମାତ୍ର ସେତେବେଳେ ଉକ୍ତ ଧାନ ପାଖରେ କେହି ଲୋକ ନ ଥିବାରୁ ଯେଗାଣ ବିଭାଗ ପକ୍ଷରୁ ପୁଲିସ ଡକାଇ ରାତିରେ ଧାନକୁ ଜଗି ରଖିଥିଲେ । ଉକ୍ତ ଧାନ କାହାର ତଦାରଖ ପାଇଁ ଆଜି ତହସିଲଦାର, ଅତିରିକ୍ତ ଯେଗାଣ ଅଧିକାରୀ ପ୍ରମୁଖ ବରାଙ୍ଗ ଧାନ ଖଳାରେ ପହଞ୍ଚିଥିଲେ । ଏହି ଖବର ପାଇ ଶହ ଶହ ସଂଖ୍ୟାରେ ଚାଷୀ ସେଠାରେ ପହଞ୍ଚି ଅଧିକାରୀଙ୍କୁ ଘେରିବା ସହ ଧାନ ସେମାନଙ୍କର, ସେମାନେ କେଉଁଠି ରଖିଲେ ସେ ନେଇ ପ୍ରଶାସନ କାହିଁକି ମୁଣ୍ଠ ପୁରାଉଛି ବୋଲି ପ୍ରଶ୍ନ କରିଥିଲେ । ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ବ୍ରହ୍ମପୁର ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ତଥା ଚାଷୀ ନେତା ହେମନ୍ତ ପାଢୀ ଘଟଣା ସ୍ଥଳରେ ପହଞ୍ଚି ସରକାରୀ ଅôଧକାରୀଙ୍କ ସହ ଆଲୋଚନା କରିଥିଲେ । ୩ ଦିନ ତଳେ ହୋଇଥିବା ରାସ୍ତାରୋକୋ ଆନ୍ଦୋଳନ ବେଳେ ଚାଷୀ ଆଣିଥିବା ଧାନବସ୍ତାକୁ ସେଠାରେ ରଖା ଯାଇଥିବା ସରକାରୀ ଅଧିକାରୀମାନେ ଅବଗତ ହୋଇଥିଲେ । ଉପସ୍ଥିତ ଚାଷୀମାନେ ତୁରନ୍ତ ସେମାନଙ୍କ ଧାନ ସରକାର କିରନ୍ତୁ ବୋଲି ଦାବୀ କରିଥିଲେ । ତୁରନ୍ତ ଧାନ ନ କିଣିଲେ ଚାଷୀ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ତେବେ ୭/୮ ଦିନ ମଧ୍ୟରେ ଧାନ କିଣା ହେବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେବା ପରେ ପରସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.