Home ଜିଲ୍ଲା ପରିକ୍ରମା ଦୋସିଙ୍ଗାରେ ଭୂତ ଖାଉଛି ରାସନ, ସନ୍ଦେହ ଘେରରେ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ :...

ଦୋସିଙ୍ଗାରେ ଭୂତ ଖାଉଛି ରାସନ, ସନ୍ଦେହ ଘେରରେ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ : ଭିଜଲାନ୍ସ ତଦନ୍ତ ଦାବୀ କଲେ ଉପଭୋକ୍ତା

133

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀ ବାଟ ମାରଣା ଏହା ପୁଣି ଜଣେ ଅଧେଙ୍କର ନୁହେଁ ଏହା ହେଉଛି ୧୧ଜଣ ଗରିବ ଖଟିଖିଆ ମୁଲିଆଙ୍କ ରାସନ । ପ୍ରାପ୍ତ ଖବର ଅନୁଯାୟୀ ଗତ ୧ତାରିଖ ଦିନ ଜଣେ ଖାଉଟିଙ୍କର ୪୯ମାସର ଖାଉଟି ସାମଗ୍ରୀ ହଡପ କରି ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ଜୟଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ ପୁନଶ୍ଚ ଏହି ବାଟ ମାରଣା କରିଛି ବୋଲି ଜିଲ୍ଲାପାଳ, ଉପଜିଲ୍ଲାପାଳ ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଚାନ୍ଦବାଲି ବିଡିଓ ଏବଂ ଚାନ୍ଦବାଲି ଏମ ଆଇଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଦୋସିଙ୍ଗା ପଂଚାୟତରେ ଅମରନଗର ଗ୍ରାମର ଯଶୋଦା ବେହେରା, (ଖାଉଟି କାର୍ଡ -୦୪୦୫୧୧୧-୩୧୮୭), ସମିପାଟିଆ ଗ୍ରାମର ଭାଗ୍ୟଶ୍ରୀ ଦାସ(୩୩୫୨),ଦୋସିଙ୍ଗା ଗ୍ରାମର କଳ୍ପନା ସାନ୍ତରା(୩୧୮୪) , ଆରତୀ ସାନ୍ତରା(୩୧୮୬), ପ୍ରଦ୍ୟୁତ ନଗର ଗ୍ରାମର ସୁଶମା ପଣ୍ଡା(୩୨୮୪) ଏହି ଖାଉଟି ଗ୍ରାହକ ଡିସେମ୍ବର ୨୦୧୯ରେ ଉପଭୋକ୍ତା ଭାବେ ସରକାରଙ୍କ ସ୍ୱୀକୃତି ପାଇଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ(୭ମାସ) ଖାଉଟି ସାମଗ୍ରୀ ମିଳିନଥିବା ଜଣାଯାଇଛି ।ଏହି ଉପଭୋକ୍ତା ନିଜର ଅଭିଯୋଗ ଚାନ୍ଦବାଲି ଏମ ଆଇଙ୍କ ପାଖରେ କରିବା ପରେ ସେମାନଙ୍କର ରାସନ ସାମଗ୍ରୀ ଡିଲର ଉଠାଉଥିବା ଏମ ଆଇ ଉମେଶ ନାୟକ ସୁଚନା ଦେଇଥିଲେ ।ସେହିପରି ପ୍ରଦ୍ୟୁତ ନଗର ଗ୍ରାମର ବିଷ୍ନପ୍ରିୟା ମାଇତି (୩୩୪୧), ଦୋସିଙ୍ଗା ଗ୍ରାମର ଶକୁନ୍ତଳା ଘଡେଇ(୩୩୦୮),କଳ୍ପନାରାଣୀ ଦେବଶର୍ମା(୧୭୨୮) ଡିସେମ୍ବର ୨୦୧୯ ମସିହା ଠାରୁ ମାତ୍ର ୨ମାସର ରାସନ ସାମଗ୍ରୀ ପାଇଥିବା ବେଳେ ସେମାନଙ୍କ ନାମ ଖାତାରୁ କଟିଯାଇଛି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ସେମାନଙ୍କୁ କହି ଆଉ ଅବଶିଷ୍ଟ ରାସନ ସାମଗ୍ରୀ ହଡପ କରିଥିବା କଥା ଏମ ଆଇଙ୍କ ପାଖରୁ ଅଭିଯୋଗ ପରେ ଜଣାଯାଇଛି ।

 

 

ଅନ୍ୟପକ୍ଷରେ ଦୋସିଙ୍ଗା ଗ୍ରାମର ମଞୁଲତା ଦଳେଇ (୧୬୪୮) ୨୦୧୫ ମସିହାରୁ ରାସନ ସାମଗ୍ରୀ ପାଇ ଆସୁଥିବା ବେଳେ ଏପ୍ରିଲ ୨୦୧୮ ମସିହା ଠାରୁ ଅଦ୍ୟାବଧି ତାର ରାସନ ସାମଗ୍ରୀ ପାଉନଥିବା ଅଭିଯୋଗ ହୋଇଛି । ଏବାବଦରେ ଅନୁସନ୍ଧାନରୁ ଜଣାଯାଇଛି ସଂପୃକ୍ତ ସ୍ୱୟଂସହାୟିକା ଗୋଷ୍ଠୀର ସଂପାଦିକା ମଞୁଲତାଙ୍କ ନାମରେ ଦୀର୍ଘ ୨୬ମାସ ଧରି ରାସନ ସାମଗ୍ରୀ ହଡପ କରୁଥିବା ଜଣାଯାଇଛି । ସେହିପରି ରବିନ୍ଦ୍ର ନଗର ଗ୍ରାମର ସ୍ୱର୍ଗତ କାନ୍ତାୟନୀ ପରିଡା ସ୍ୱାମୀ ସ୍ୱର୍ଗତ ରାମକୃଷ୍ନ ପରିଡା ,ସ୍ୱର୍ଗତ ସହଦେବୀ ସାହୁ ସ୍ୱାମୀ ଅନନ୍ତ ସାହୁ ଦୀର୍ଘ ୪ବର୍ଷ ହେବ ଇହଲୀଳା ସମ୍ବରଣ କରିଥିଲେ ମଧ୍ୟ ୨୦୨୦ମସିହା ମଇ ମାସ ପର୍ଯ୍ୟନ୍ତ ସେମାନଙ୍କର ରାସନ କିଏ ଉଠାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଦୋସିଙ୍ଗା ପଂଚାୟତବାସୀ ଅଭିଯୋଗ କରିଛନ୍ତି ।ଦୋସିଙ୍ଗା ପଂଚାୟତର ୧୧ଟି ରାସନ କାର୍ଡରେ ହଜାର ହଜାର କୁଇଟାଂଲ ସାମଗ୍ରୀ ଜୟଜଗନ୍ନାଥ ସ୍ୱୟଂସହାୟିକା ଗୋଷ୍ଠୀ ହଡପ କରିଥିବା ବେଳେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀକୁ ତୁରନ୍ତ ବରଖାସ୍ତ କରିବା ସହ ସଂପୃକ୍ତ ସଂପାଦିକାଙ୍କ ନାମରେ ମୋକଦମା ରୁଜୁ କରିବା ପାଇଁ ସଂପୃକ୍ତ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହି ସମସ୍ତ ଅଭିଯୋଗ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ହୋଇଥିବା ବେଳେ ସେ ଏହାର ତଦନ୍ତ ଦାୟିତ୍ୱ ଚାନ୍ଦବାଲି ଏମ ଆଇଙ୍କୁ ଦେଇଛନ୍ତି ସେ ଏହାର ତଦନ୍ତ କରି ଖୁବଶୀର୍ଘ ରିପୋର୍ଟ ଦେବେ । ଏହି ରିପୋର୍ଟ ଉପରେ ସଂପୃକ୍ତ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.