Home ଜିଲ୍ଲା ପରିକ୍ରମା ଦୋବଲ ବସଷ୍ଟାଣ୍ଡ ଜବରଦଖଲ ଘଟଣାର ଅଭିଯୋଗକାରୀଙ୍କୁ ହତ୍ୟା ଧମକ

ଦୋବଲ ବସଷ୍ଟାଣ୍ଡ ଜବରଦଖଲ ଘଟଣାର ଅଭିଯୋଗକାରୀଙ୍କୁ ହତ୍ୟା ଧମକ

22

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତଫାପୁର ମୌଜାର ଦୋବଲ ବସଷ୍ଟାଣ୍ଡ ଥିବାବେଳେ ତାର କିଛିପାର୍ଶ୍ୱରେ ଜବରଦଖଲ କାରୀମାନେ ଜବରଦଖଲ କରିବା ସହ ବସଷ୍ଟାଣ୍ଡରେ ବେଆଇନ୍ ଭାବରେ ଟ୍ରକ୍‌, ଟ୍ରାକ୍ଟର, ପିକଅପ୍ ଓ ଉଠା ଫଳଦୋକାନ ମାନେ ଜୋର ଜବରଦସ୍ତ ଷ୍ଟାଣ୍ଡରେ ରଖୁଥିବାବେଳେ ବସ ରହଣି ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାଏ। ଏନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ଦୀର୍ଘବର୍ଷ ହେବ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ। ଚଳିତ ମାସ ୧୧ତାରିଖ ଦିନ ଧାମନଗର ଠାରେ ଜିଲ୍ଳାପାଳଙ୍କ ଜନସୁଣାଣି କାର୍ଯ୍ୟକ୍ରମରେ ଦୋବଲ ନିକଟସ୍ଥ କାଞ୍ଜିଆପାଳର ଯୁବନେତା ତଥା ସମାଜସେବୀ ମଦନମୋହନ ଦାସ ଏନେଇ ଜିଲ୍ଳାପାଳଙ୍କ ନିକଟରେ ଦୋବଲ ବସଷ୍ଟାଣ୍ଡ ଜବରଦଖଲ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଦୋବଲ ବସଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରିବାପାଇଁ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଜବରଦଖଲ କାରୀମାନେ ଭୟବିତ ହୋଇଥିଲେ ଏବଂ ଏ ସମ୍ପର୍କରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ହୋଇଥିଲା। ତେବେ ଆଜି ଅଭିଯୋଗ କରିଥିବା ସମାଜସେବୀ ମଦନମୋହନ ଦାସଙ୍କୁ ଦୋବଲ (ମୁସ୍ତଫାପୁର) ଅଂଚଳର ଓଲି ମହମ୍ମଦ ପିତା ସେକ୍ ଆବିଦ୍ ଦୋବଲ ବସଷ୍ଟାଣ୍ଡ ନିକଟରେ ଗାଳିମନ୍ଦ କରିବା ସହ ବସଷ୍ଟାଣ୍ଡ ପାଇଁ ଅଧିକ ମୁଣ୍ଡପୁରାଇଲେ ଜିବନରୁ ମାରିଦେବାପାଇଁ ଧମକ ଦେଇଥିଲେ ଏବଂ ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ବିରୋଧ କରିବାପରେ ଓଲି ସେଠାରୁ ପଳାଇଥିଲା। ପରେ ଶ୍ରୀ ଦାସ ଧାମନଗର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ବନମାଳି ବାରିକ ଘଟଣା ସ୍ଥଳରେ ପହଂଚିବାବେଳେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଂଚଳରେ ମୃଦ୍ୟୁ ଉତ୍ତେଜନା ଥିବାରୁ ପୋଲିସ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.