Home ଜିଲ୍ଲା ପରିକ୍ରମା ଦୋକାନ ଘରୁ ମୃତଦେହ ଉଦ୍ଧାର

ଦୋକାନ ଘରୁ ମୃତଦେହ ଉଦ୍ଧାର

106

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଦୈସିଂ ପଂଚାୟତର ଏକ ଦୋକାନ ଘରୁ ଉକ୍ତ ଗ୍ରାମର ସାଧୁଚରଣ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସାଧୁଚରଣ ଗାଁରେ ଏକ ଦୋକାନ କରିଥିଲେ। ମଙ୍ଗଳବାରଦିନ ରାତିରେ ସେ ଘରକୁ ଫେରିନଥିବା ବେଳେ ଆଜି ସକାଳୁ ଦୋକାନ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶରୀରର କେତେକ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସଂଦେହ କରୁଛନ୍ତି। ତେବେ ଗ୍ରାମାଞ୍ଚଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.