ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩୦୦ ଲିଟର ଦେଶୀ ମଦ ଭର୍ତ୍ତି ସହ ଦୁଇ ଗିରଫ । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରଡା କେନାଲ ଛକ ନିକଟରେ । ଏକ କାର୍ରେ ଚୋରାରେ ଦେଶୀ ମଦ ଯାଉଥିବା ସମୟରେ ସୂଚନା ପାଇ ଭଦ୍ରକ ଅବକାରୀ ବିଭାଗର ଏକ ଟିମ୍ ଗ୍ରାମାଞ୍ଚଳ ଥାନା ଏରଡା ଛକ ନିକଟରେ କାର୍କୁ ଅଟକାଇବାବେଳେ କାର ଚାଳକ ଗାଡିକୁ ବୁଲାଇନେବାକୁ ଯାଉଥିବାବେଳେ ଏକ ଗଛରେ ପିଟିହେବା ଫଳରେ ଗାଡିଟି ଆଂଶିକ ଦୁର୍ଘଟଣା ହୋଇଥିଲା । ଗାଡିରେ ଥିବା ଦୁଇଜଣ ଦୌଡି ପଳାଉଥିବାବେଳେ ଅବକାରୀ କର୍ମଚାରୀମାନେ ତାଙ୍କୁ ଗଡାଇ ଧରିଥିଲେ । କାର୍ ଭିତରେ ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବିଜୟ ମହାରଣା ଓ ଅମିତ ଜେନା ବୋଲି ସୂଚନା ମିଳିଛି ।