Home Coronavirus Outbreak ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩, ୩୧, ୧୪୬ – ମୋଟ ମାମଲାର ଏକ...

ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩, ୩୧, ୧୪୬ – ମୋଟ ମାମଲାର ଏକ ତୃତୀୟାଂଶ ପ୍ରକୃତ ରୋଗୀ – ଆରୋଗ୍ୟ ସଂଖ୍ୟା ୬.୧ ଲକ୍ଷରୁ ଅଧିକ

70

ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କୋଭିଡ-୧୯ ପରିଚାଳନା ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଆଜିସୁଦ୍ଧା ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩, ୩୧, ୧୪୬ ରହିଛି। ଏପର୍ଯ୍ୟନ୍ତ କରୋନା ଚିହ୍ନଟ ହୋଇଥିବା ମୋଟ ରୋଗୀଙ୍କର ମଧ୍ୟରୁ ଏହି ସଂଖ୍ୟା ହେଉଛି ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ। ଘରକୁ ଘର ସର୍ଭେ, ଅନ୍ୟାନ୍ୟ ପ୍ରାକ ନିୟନ୍ତ୍ରଣ କାର୍ଯ୍ୟ, ଠିକଣା ସମୟରେ ଚିହ୍ନଟ ଏବଂ ଆବଦ୍ଧାଞ୍ଚଳ ପ୍ରତି ସତର୍କ ଦୃଷ୍ଟି, ବ୍ୟାପକ ପରୀକ୍ଷା ଓ ସମୟପୋଯୋଗୀ ନିଦାନ ଓ ଏଥିପାଇଁ ଉଦ୍ଦିଷ୍ଟ ନିୟମାବଳିକୁ କଡାକଡି ପାଳନ ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ଏସଏଆରଆଇ/ଆଇଏଲଆଇ ମାମଲାଗୁଡିକର ଅଗ୍ରାଧିକାର ଭିତ୍ତିରେ ତଦାରଖ ଯୋଗୁଁ ଏହି ସୁସ୍ଥତା ହାର ବୃଦ୍ଧି ପାଇଛି। ନିମ୍ନରେ ଦିଆଯାଇଥିବା ରେଖା ଚିତ୍ର ଅନୁସାରେ ଜୁନ ମଧ୍ୟ ଭାଗ ସୁଦ୍ଧା ସୁସ୍ଥତା ହାର ଶତକଡା ୫୦ ପହଞ୍ଚିଥିବା ବେଳେ ତା’ପରଠାରୁ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏବେ ସୁସ୍ଥତା ହାର ଶତକଡା ୬୩.୨୫ରେ ପହଞ୍ଚିଛି। ଏହିପରି ଜୁନ ମଧ୍ୟଭାଗ ସୁଦ୍ଧା ସକ୍ରିୟ ମାମଲା ଶତକଡା ୪୫ ଭାଗ ଥିବା ବେଳେ ବର୍ତ୍ତମାନ ଏହା ୩୪.୧୮ ଶତକଡାକୁ ଖସି ଆସିଛି।

କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୨୦, ୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬, ୧୨, ୮୧୪କୁ ବୃଦ୍ଧି ପାଇଛି। ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨, ୮୧, ୬୬୮ ଅଧିକ।

ସେହିପରି କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମିର ଦୃଷ୍ଟିରୁ ପ୍ରଥମ ଶ୍ରେଣୀରେ ୧, ୩୮୧ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୩, ୧୦୦ଟି ଉତ୍ସର୍ଗୀକୃତ କୋଭିଡ ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ତୃତୀୟ ଶ୍ରେଣୀରେ ୧୦, ୩୬୭ଟି କୋଭିଡ ସୁଧାର କେନ୍ଦ୍ର ରହିଛି। ଏହିସବୁ କେନ୍ଦ୍ରରେ ମୋଟ ୪୬, ୬୬୬ଟି ଆଇସିୟୁ ଶଯ୍ୟା ରହିଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି କେବଳ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। କେବଳ ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଓ ତାମିଲନାଡୁରେ ଦେଶର ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା ୪୮.୧୫ ରହିଛନ୍ତି। ଦେଶର ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ୧୦ଟି ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ଶତକଡା ୮୬.୬୨ ରହିଛି। ଉତ୍ତମ ଚିକିତ୍ସା ପରିଚାଳନା ଯୋଗୁଁ କେନ୍ଦ୍ର ସରକାର ଏହିସବୁ ରାଜ୍ୟଗୁଡ଼ିକର ମୁକାବିଲାକୁ ଅଗ୍ରାଧିକାର ଦେଉଛନ୍ତି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery-covid୧୯@gov.in ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.