Home ଜିଲ୍ଲା ପରିକ୍ରମା ଦେଶମାତୃକା ପାଇଁ ସେବା, ତ୍ୟାଗ ଓ ବଳିଦାନ ସଦା ଜାଜ୍ଜୁଲ୍ୟମାନ

ଦେଶମାତୃକା ପାଇଁ ସେବା, ତ୍ୟାଗ ଓ ବଳିଦାନ ସଦା ଜାଜ୍ଜୁଲ୍ୟମାନ

13

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହିଦ ବାଜିରାଉତଙ୍କ ୮୫ତମ ବଳିଦାନ ଦିବସ, ସ୍ୱାଧିନତା ସଂଗ୍ରାମୀ ସର୍ବୋଦୟ ନେତା ମନମୋହନ ଚୌଧୁରୀଙ୍କ ୧୦୮ତମ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ୧୨୧ତମ ଜୟନ୍ତୀ ଭଦ୍ରକ ଜିଲ୍ଲା ସର୍ବେଦୟ ମଣ୍ଡଳର ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ମୋଟେଲ ଛକ ସ୍ଥିତ ଦିଶା ପବ୍ଲିକ ସ୍କୁଲରେ ଗତ ୧୧ ତାରିଖ ବୁଧବାର ଅପରାହ୍ନ ୫ ଘଟିକାରେ ପାଳିତ ହୋଇଯାଇଅଛି । ଏଡିକି ସେ ଅମାନିଆ ପିଲା, ଫୌଜର ଗୁଳି ଗଳା ନ ମାନିଲା । ଛୋଟ ପୁଣି ଏଡେ ସେ ବିରାଟ । ଢେଙ୍କାନାଳ ଗଡଜାତର ଲୋମଟାଙ୍କୁରା ଅତ୍ୟାଚାରରେ ଦୁର୍ବିସିହ ଜନତାଙ୍କ ସ୍ୱତପ୍ରବୃତ ମେଳିରୁ ସୃଷ୍ଟି ହୋଇଥିଲା ଗଡଜାତ ପ୍ରଜା ଆନ୍ଦୋଳନ । ଏହି ଆନ୍ଦୋଳନରେ ଗଡଜାତ ଢେଙ୍କାନାଳ ରାଜା ଆତଙ୍କିତ ହୋଇ କଲିକତାରୁ ସଶସ୍ତ୍ର ବ୍ରିଟିଶ ଫୌଜ ବେଜେଲ ଗେଟ୍‌ଙ୍କ ନେତୃତ୍ୱରେ ଆସି ପହଂଚିଥିଲେ ପ୍ରଜାମଣ୍ଡଳର ଆନ୍ଦୋଳନକୁ ଧ୍ୱଂସ କରିବା ପାଇଁ । ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଗ୍ରାମରେ ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କୁ ବ୍ରିଟିଶ ଫୌଜର ନିର୍ଦ୍ଦେଶ ଥିଲା ବ୍ରାହ୍ମଣୀ ନଦୀର ଡଙ୍ଗା ପାର କରିଦେବାପାଇଁ । ମାତ୍ର ନିଜ ଜୀବନକୁ ଖାତିର ନ କରି ସେ ଡଙ୍ଗା ପାର ନ କରି ଫୌଜ ଗୁଳିରେ ଟଳିପଡିଥିଲେ । ଏହା ତାଙ୍କର ଦେଶମାତୃକା ପାଇଁ ତ୍ୟାଗ ଓ ବଳିଦାନ ବୋଲି ସଭାପତି ଶ୍ରୀପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ।

ସଭାରେ ଉପସ୍ଥିତ ମୁଖ୍ୟବକ୍ତା ଅଭୟ କୁମାର ଦାସ, ସମ୍ମାନିତ ଅତିଥି ଅଜୟ ନାୟକ, ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଉପସଭାପତି ଆଦିତ୍ୟ ନାୟକ, ନାରାୟଣ ଚନ୍ଦ୍ର ପାଢୀ ସହସଂପାଦକ ବାବୁ ଲାଲ ଦାସ , ମାଧବାନନ୍ଦ ବେହେରା, ଦିଲ୍ଲୀପ କୁମାର ପଣ୍ଡା, ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ଭବାନୀ ନାୟକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଆଲୋଚନାରେ ଭାଗ ନେଇଥିଲେ ଓ ନିଜ ନିଜର ମତବ୍ୟକ୍ତ କରିଥିଲେ । ସ୍ୱାଧିନତା ସଂଗ୍ରାମୀ, ଲେଖକ, ସର୍ବୋଦୟ ସମାଜସେବୀ ମନମୋହନ ଚୌଧୁରୀଙ୍କର ଦେଶ ସେବା, ତ୍ୟାଗ ଓ ସ୍ୱାଧିନତା ସଂଗ୍ରାମରେ ବାରମ୍ବାର ଝାସ ଦେଇ କାରାବରଣ କରିବା । ଶତୁରୀ ଦଶକରେ ଜରୁରୀ ପରିସ୍ଥିତି ସମୟରେ ଜେଲ୍‌ରେ ବନ୍ଦୀ ଅବସ୍ଥାରେ ଜୀବନଯାପନ, ଦେଶମାତୃକାର ସେବା ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦକୁ ତ୍ୟାଗ କରି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟର ସଫଳ ରୂପାୟନ କରିଥିଲେ ବୋଲି ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଓ ସଭ୍ୟମାନେ ମତପ୍ରକାଶ କରିଥିଲେ । ସେହିପରି ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କର ଏକଛତ୍ରବାଦୀ ଶାସନରେ ଦେଶବାସୀ ଅତିଷ୍ଠ ହେବାରୁ ତଥା ବିହାର ଓ ଗୁଜୁରାଟର ଛାତ୍ର ଆନ୍ଦୋଳନ ଓ ପରବର୍ତ୍ତୀ ସମୟରେ ଗଣଆନ୍ଦୋଳନର ନେତୃତ୍ୱ ଓ ସମ୍ପୂର୍ଣ୍ଣ କ୍ରାନ୍ତିର ଡାକରା ଦେଇଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ କହୁଥିଲେ ଦେଶରେ କ୍ଷମତା ବିକେନ୍ଦ୍ରୀକରଣ ହେବା ଉଚିତ୍ ଓ ସାଧାରଣ ଜନତା ସମ୍ପୂର୍ଣ୍ଣ କ୍ରାନ୍ତି ମାଧ୍ୟମରେ ସ୍ୱାଧିନତା ପାଇବା ଉଚିତ୍ । ଯାହା ଫଳରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା । ଇନ୍ଦିରା ଶାସନର ପତନ ଘଟିଥିଲା । ଆଜି ମଧ୍ୟ ଏହିଭଳି ମହାପୁରୁଷ ତଥା ଗାନ୍ଧୀ ଆଦର୍ଶ ବ୍ୟକ୍ତିତ୍ୱମାନେ ବିରଳ । କିନ୍ତୁ ସେମାନଙ୍କ ଆଦର୍ଶ ଏ ଦେଶ ଓ ଜାତିକୁ ଚିରଭାସ୍ୱର କରି ରଖିବ ବୋଲି ଉପରୋକ୍ତ ଅତିଥିମାନେ ମତ ପ୍ରଦାନ କରିଥିଲେ ।ସର୍ବଶେଷରେ ସର୍ବୋଦୟ ମଣ୍ଡଳର ସଂପାଦକ ଶ୍ରୀ ଗୟାଧର ପଣ୍ଡା ନିଜ ବକ୍ତବ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.