Home ଓଡ଼ିଶା ଦେଶଭକ୍ତଙ୍କ ଯୁବରାଜ ନେତାଜୀଙ୍କୁ ସମ୍ମାନ ଦେବା ନାମରେ ଅପମାନିତ କରା ନଯାଉ

ଦେଶଭକ୍ତଙ୍କ ଯୁବରାଜ ନେତାଜୀଙ୍କୁ ସମ୍ମାନ ଦେବା ନାମରେ ଅପମାନିତ କରା ନଯାଉ

104

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କୁ ‘ଦେଶଭକ୍ତଙ୍କ ଯୁବରାଜ’ପଦରେ ଆଭୂଷିତ କରିଥିଲେ ଭାରତର ମୁକ୍ତି ସଂଗ୍ରାମର ସର୍ବମାନ୍ୟ ସେନାପତି ମହାତ୍ମା ଗାନ୍ଧୀ। ତାଙ୍କୁ ଅଖଣ୍ଡ ଭାରତର ‘ଜାତିର ଜନକ’ ଭାବେ ଅବିହିତ କରିଥିଲେ ନେତାଜୀ। ଭାରତକୁ ଉପନିବେଷବାଦ୍‌ରୁ ମୁକ୍ତ କରିବା ଓ ବ୍ରିଟିଶ ସରକାରଙ୍କୁ ବିଦା କରିବା କୌଶଳ ସମ୍ପର୍କରେ ଗାନ୍ଧିଜୀ ଓ ନେତାଜୀଙ୍କ ମଧ୍ୟରେ ସାମାନ୍ୟ ମତ ପାର୍ଥକ୍ୟ ଥିଲା, କିନ୍ତୁ ସୁବାସ ଚନ୍ଦ୍ର ବୋଷ ଗାନ୍ଧିଜୀଙ୍କୁ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରୁଥିଲେ ଓ ଅପରପକ୍ଷରେ ଗାନ୍ଧିଜୀ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରୁଥିଲେ ଓ ଅପରପକ୍ଷରେ ଗାନ୍ଧିଜୀ ମଧ୍ୟ ସୁବାସଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ। ସେତେବେଳର ବ୍ରିଟିଶ ସରକାରଙ୍କ ଭକ୍ତମାନେ ଗାନ୍ଧିଜୀ ଓ ନେତାଜୀଙ୍କ ମତପାର୍ଥକ୍ୟକୁ ବିବାଦର ରୂପ ଦେଇଥିଲେ। ସେହି ଭକ୍ତମାନଙ୍କ ଅନୁଗାମୀମାନେ ସୁବାସଙ୍କୁ ହିଂସାବାଦୀ ଆଖ୍ୟା ଦେଇ ଗାନ୍ଧିଜୀଙ୍କୁ ଅପମାନିତ କରିଚାଲିଛନ୍ତି। ନେତାଜୀ ୧୯୨୧ ମସିହା ଠାରୁ କଂଗ୍ରେସରେ ଯୋଗେ ଦେବା ପରଠାରୁ ଭାରତ ଛାଡ଼ିବା ପର୍ଯ୍ୟନ୍ତ କୌଣସି ହିଂସାରେ ସାମିଲ ଥିବା କୌଣସି ପ୍ରମାଣ ଅଛି କି? ଯଦି ନାହିଁ ତାହେଲେ ମିଛ ଭକ୍ତମାନେ ଜଣେ ଦେଶପ୍ରେମୀର ଛବିକୁ ଧୂମିଳ କରିବା କେତେଦୂର ଯଥାର୍ଥ? ନେତାଜୀଙ୍କ ବିଷୟରେ ନ ପଢି, ନବୁଝି କେବଳ ପ୍ରତିମୂର୍ତ୍ତି ନିର୍ମାଣ କଲେ କିମ୍ବା ନେତାଜୀ ଜୟନ୍ତୀ ପାଳନ କଲେ ‘ନେତାଜୀଙ୍କ ସ୍ୱପ୍ନର ଭାରତ’ ପ୍ରତିଷ୍ଠିତ ହେବ ନାହିଁ। ନେତାଜୀ ଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଜଣେ ଅନୁଗାମୀ ଓ ସର୍ବଧର୍ମ ସମନ୍ୱୟର ବିଶ୍ୱାସୀ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗାନ୍ଧୀ ବାଦୀ ମହମ୍ମଦ ଫାରୁକଙ୍କ ସଭାପତିତ୍ୱରେ ପ୍ରାଧ୍ୟାପକ ଅଟଳ ବିହାରୀ ନାୟକ, ଅଧିବକ୍ତା ପବନ ଶର୍ମା, ଗିରିଧାରୀ ନାଥ, ଛାତ୍ରନେତା ପ୍ରକାଶ ଜ୍ୟୋତି ମହାକୁଡ଼, ଶିକ୍ଷାବିତ୍ ଶାନ୍ତନୁ ରାଉତ, ହରମୋହନ ଜେନା, ଲଲାଟେନ୍ଦୁ ମହାନ୍ତି ଓ ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଜୀବନର ବିଭିନ୍ନ ଦିଗ ଓ ତାଙ୍କର ସମସାମୟିକ ମୁକ୍ତି ଯୋଦ୍ଧା ମାନଙ୍କ ସହ ସମ୍ପର୍କ ଆଦି ବିଷୟରେ ଆଲୋଚନା କରିଥିଲେ। ଉକ୍ତ ସଭାରେ ଶିକ୍ଷାବିତ୍ ରାଜକିଶୋର ସାହୁ, ବିଜୟ ମହାନ୍ତି, କିଶୋର ବଳ, ଅସରଫ ଅଲ୍ଲି ଖାଁ ଓ ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.