ନୂଆଦିଲ୍ଲୀ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉମା ଭାରତୀଙ୍କ ଗୋଡଖସିଯିବାରୁ ମୁଣ୍ଡରେ ଆଘାତ୍ ଲାଗିବା ସହ ଗୋଡ ଫ୍ୟାକ୍ଚର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ଏପରି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଆହତ ଉମାଭାରତୀଙ୍କୁ ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ଅପରାହ୍ନରେ ଋଷିକେଶରେ ଥିବା ବ୍ରହ୍ମପୁରୀ ଆଶ୍ରମକୁ ଯାଉଥିବା ହେଳେ ଖସିପଡ଼ିଥିଲେ। ପ୍ରଥମେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ, କିନ୍ତୁ ପରେ ଏହା ବଢ଼ିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ସଂପର୍କରେ ଉମାଭାରତୀ ଟୁଇଟରରେ ସୂଚନା ଦେଇଛନ୍ତି।
4. कल दोपहर के भोजन के बाद फिसल गई जिससे मेरे पांव में सूजन आई, रात में बहुत सूजन एवं दर्द बढ़ गया। आज सवेरे मुझे देहरादून के हिमालयन अस्पताल में जांच के लिए लाया गया, एक्स-रे से पता लगा है कि मेरे बाएं पांव के पंजे में दो जगह फैक्चर हुआ है तथा सिर में भी चोट लगी है।
— Uma Bharti (मोदी का परिवार) (@umasribharti) November 18, 2019