ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ହାପିହୋମ୍ ବିଦ୍ୟାଳୟର ପିଅନ ତଥା ପରସିଙ୍ଗା ପଞ୍ଚାୟତର କୁନ୍ତଳା ଗ୍ରାମର ଅଭିରାମ ଯେନା ବିଦ୍ୟାଳୟକୁ ଯାଉଥିବାବେଳେ ଚରମ୍ପା ଛକରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଶ୍ରୀ ଯେନାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ, ଓଡ଼ିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଧୀରେନ ପଲେଇ, ଭଦ୍ରକ କ୍ରିକେଟ୍ ଆସୋସିଏସନ୍ର ସଭାପତି ଉପେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ବିଜୁ ଜନତା ଦଳର ଜିଲା ଉପସଭାପତି ପ୍ରଫୁଲ୍ଲ ନାୟକ, ପରସିଙ୍ଗାର ପୂର୍ବତନ ସରପଞ୍ଚ କାଳିଆ ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ହାପିହୋମର ଅନେକ ଅଭିଭାବକ ଡାକ୍ତରଖାନାରେ ପହଞ୍ôଚଥିଲେ । ଏହି ଘଟଣାରେ ସହରାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଥାନା ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖାଯାଇଥିବାବେଳେ ଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି ।








