Home ଜିଲ୍ଲା ପରିକ୍ରମା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଯାପିତ, ମନ ମୋହିଲା ଆକର୍ଷଣୀୟ ଷ୍ଟଲ...

ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଯାପିତ, ମନ ମୋହିଲା ଆକର୍ଷଣୀୟ ଷ୍ଟଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

20

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରବିବାର ରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଏସ୍‌.ପି. ଭଦ୍ରକ ବରୁଣ ଗୁଣ୍ଟୁପାଲି, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ. ହୃଷିକେଶ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ମେଳା ଆୟୋଜନର ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ତଦାରଖ କରିଥିଲେ । ଦୁଇ ଦିନିଆ ମେଳାରେ ମତ୍ସ୍ୟଚାଷୀ, ପ୍ରାଣୀସମ୍ପଦ, ମାଣ୍ଡିଆ ଚାଷ ଆଜି ସମ୍ବନ୍ଧରେ ଯେଉଁ ସଂପୃକ୍ତ ଷ୍ଟଲ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା, ନୃତ୍ୟ, ସଙ୍ଗୀତ ଆଦି ଜରିଆରେ ପ୍ରଦର୍ଶନ କରାଗଲା ଓ ଅତିଥିମାନେ ଚାଷୀର ସମୃଦ୍ଧିପାଇଁ ଯେଉଁ ବାର୍ତ୍ତା ପ୍ରଦାନ କଲେ ତାକୁ ନିଜର ଜୀବନ ଜୀବିକା କ୍ଷେତ୍ରରେ ବାସ୍ତବ ରୂପ ହେଲେ ନିଜର ବିକାଶ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇ ପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।

ତାରକା ଉଦ୍‌ଘୋଷିକା ଗୁନ୍‌ଗୁନ୍‌ଙ୍କ ଉଦ୍‌ଘୋଷଣା ମାଧ୍ୟମରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷର ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ, ସବ୍‌ସିଡ଼ି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ଖୁବ୍ ସୁନ୍ଦର ଭାବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା କୃଷି ବିଭାଗ ଏବଂ ଆଞ୍ଚଳିକ ବିଭିନ୍ନ ସ୍କୁଲ, କଲେଜ ଦ୍ୱାରା କୃଷି ଓ ଅନ୍ୟ ଯୋଜନା ସମ୍ବନ୍ଧୀୟ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭୁବନେଶ୍ୱରରୁ ଆସିଥିବା ଷ୍ଟାର ସିଙ୍ଗର ଆଶୁତୋଷ ମହାନ୍ତି ଏବଂ ପ୍ରଜ୍ଞା ହୋତାଙ୍କ ଟିମ୍ ଦ୍ୱାରା ଖୁବ୍ ଉଚ୍ଚକୋଟୀର ମେଲୋଡ଼ି ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେଳାର ପ୍ରଥମ ଦିନ ପରି ଶେଷ ଦିନରେ ମଧ୍ୟ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ୨ଜଣ ପ୍ରାଣୀ ପାଳକଙ୍କୁ ଏବଂ ମତ୍ସ୍ୟ ବିଭାଗ ଦ୍ୱାରା ୨ ଜଣ ମତ୍ସ୍ୟ ଚାଷୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମତ୍ସ୍ୟଚାଷ କ୍ଷେତ୍ରରେ ବିଜୟ ପାଟଣା, ଚାନ୍ଦବାଲି ବ୍ଲକ୍‌ର ମତ୍ସ୍ୟ ଚାଷୀ ଶାନ୍ତିଲତା ପରିଡ଼ା ବାୟୋଫ୍ଲକ୍ ପ୍ରଣାଳୀରେ ମାଛ ଚାଷ ପାଇଁ, ବାସୁଦେବପୁରର ମା ବାସନ୍ତୀ ଏସ୍‌.ଏଚ୍‌.ଜି ମିଶନ ଶକ୍ତି ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ, ତିହିଡ଼ିର ପ୍ରାଣୀପାଳକ ପ୍ରତୀକ ରାଜୀବ ପରମାରଙ୍କୁ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ, ବାସୁଦେବପୁରର ଜଗାବଳିଆ ଏସ୍‌.ଏଚ୍‌.ଜି.ଙ୍କୁ ଛେଳିପାଳନ ପାଇଁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.