Home ଜିଲ୍ଲା ପରିକ୍ରମା ଦୁଇ ଅଧ୍ୟକ୍ଷଙ୍କୁ ଚ୍ୟାଲେଞ୍ଜ ଆଗରପଡ଼ାର ବିକାଶ

ଦୁଇ ଅଧ୍ୟକ୍ଷଙ୍କୁ ଚ୍ୟାଲେଞ୍ଜ ଆଗରପଡ଼ାର ବିକାଶ

31

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଚଳିତ ପଂଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତରେ ୬ ଜଣ ସରପଂଚ ଓ ୯ ଜଣ ସମିତି ସଭ୍ୟ ବିଜେଡ଼ି ସମର୍ଥନରେ ଜିତିଥିବା ବେଳେ ଗୋପିନାଥପୁର ପଂଚାୟତର ସମିତିସଭ୍ୟ ମନୋରଂଜନ ଘଡ଼େଇ ବିଜେଡ଼ି ସମର୍ଥନରେ ସମଗ୍ର ବ୍ଲକରେ ସର୍ବାଧିକ ୨୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ଏବଂ ଶେଷରେ ପୁରସ୍କାର ବାବଦରେ ତାଙ୍କୁ ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ପଦ ମିଳିଥିବାବେଳେ ଅପର ପକ୍ଷରେ ବନ୍ତ ବ୍ଲକ ୧୫ନଂ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ୧୮ହଜାର ୩୩୩ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ଭଣ୍ଡାରିପୋଖରୀ ପୂର୍ବତନ ବିଧାୟକ ତଥା ଆଗରପଡ଼ା ମହାନ୍ତିପଡ଼ା ପଂଚାୟତ ବାସିନ୍ଦା ପ୍ରଫୁଲ୍ଲ ଯେନାଙ୍କୁ ସର୍ବସମ୍ମତିକ୍ରମେ ର୍ନିଦ୍ୱନ୍ଦରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ମନୋନିତ କରାଯିବା ଆଗରପଡ଼ା ପାଇଁ ଗର୍ବ ଓ ଗୌରବ। ପଂଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦରେ ଆଗରପଡ଼ା ଅଂଚଳର ୨ ଜଣ ଅବସ୍ଥାପିତ ହୋଇଥିବାରୁ ବର୍ତ୍ତମାନ ଉକ୍ତ ୨ ଅଧ୍ୟକ୍ଷଙ୍କ ପାଇଁ ଆଗରପଡ଼ାର ବିକାଶ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭଣ୍ଡାରିପୋଖରୀ ଆସନରୁ ଲଗାତର ଭାବେ ୩ଥର ବିଧାୟକ ଭାବେ ପ୍ରଫୁଲ୍ଲ ସାମଲ ନିର୍ବାଚିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଆଗରପଡ଼ା ଅଂଚଳର ମୁଖ୍ୟ ସମସ୍ୟା ଗୁଡ଼ିକର ସୁଧାର ଆଣିପାରିନାହାନ୍ତି। ସ୍ୱାଧିନତାର ୭୪ ବର୍ଷପରେ ମଧ୍ୟ ଅନେକ ମୌଳିକ ସମସ୍ୟାରୁ ବର୍ତ୍ତି ପାରି ନାହାନ୍ତି ଆଗରପଡ଼ା ଅଂଚଳବାସୀ।

ଏହି ସ୍ଥାନରେ ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ପରି ଯୋଗଜନ୍ମା ଜନ୍ମ ଗ୍ରହଣ କରିଥିଲେ ସୁଦ୍ଧା ଏହି ପବିତ୍ର ସ୍ଥାନର ସମସ୍ୟାକୁ ଦୂର କରିବା ପାଇଁ କାହାରି ଆନ୍ତରୀକତା ଥିବା ପରି ମନେ ହେଉ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପରି ଅତି ଗୁରୁତ୍ୱପୂର୍ଣ୍ଣ ସେବା ଗୁଡ଼ିକ ଲୋକମାନେ ଠିକ୍ ଭାବେ ପାଇବାରୁ ବଞ୍ôଚତ ହୋଇଆସୁଛନ୍ତି। ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ଏହି ଅଂଚଳର ମାନ କମିବାରେ ଲାଗିଛି ଯେପରିକି ଆଗରପଡ଼ା କଲେଜ, ମହିଳା କଲେଜ, ବିଏଡ଼୍ କଲେଜ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ସରକାରୀ ବାଳିକା ହାଇସ୍କୁଲ, କୃଷ୍ଣଚରଣ ବିଦ୍ୟାବନ୍ଦିର ପରି ଶତାଧିକ ଶିକ୍ଷାନୁଷ୍ଠାନ ଏଠାରେ ରହିଥିଲେ ସୁଦ୍ଧା ପ୍ରାୟ ସମସ୍ତ ଅନୁଷ୍ଠାନରେ ଶିକ୍ଷକ ମାନଙ୍କ ଅଭାବ ପରିଲିକ୍ଷିତ ହେଉଛି। ଆଗରପଡ଼ା କଲେଜ ଓ ବିଏଡ଼ କଲେଜରେ ବିଶେଷ କରି ଅଧ୍ୟାପକ ମାନଙ୍କ ଅଭାବ ଦେଖାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଅଭାବ ପରିପୂରଣ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ। ଏହାଛଡ଼ା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ଏହି ଅଂଚଳ ଓ ଏହାର ଆଖପାଖରେ ଥିବା ପ୍ରାଥମିକ ସ୍କୁଲ ଗୁଡି଼କର ପରିବେଶ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଅବସ୍ଥାନରେ ତାଳମେଳ ନଥିବାରୁ ଏହା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ। ସେହିପରି ସ୍ଥାନୀୟ ନେତାଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଅବସ୍ଥାନ ହ୍ରାସ ପାଇବାରେ ଲାଗିଛି।

ଏଠାରେ ଅବସ୍ଥିତ ବ୍ଲକର ଏକମାତ୍ର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସବୁବେଳେ ଡ଼ାକ୍ତରମାନଙ୍କ ସମସ୍ୟା ରହିଆସିଛି। କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ପଞ୍ଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଶତାଧିକ ରୋଗୀ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିଲେ ସୁଦ୍ଧା ଡ଼ାକ୍ତର ମାନଙ୍କ ଅଭାବରୁ ଚିକିସିôତ ହୋଇପାରୁ ନାହାଁନ୍ତି। ଅଧିକ ଖର୍ଚ୍ଚାନ୍ତହୋଇ ଅନ୍ୟାନ୍ୟ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯିବା ମଧ୍ୟ ସମୟସାପେକ୍ଷ। ତେଣୁ ଅନେକ ରୋଗୀଙ୍କ ର ଅକାଳ ମୃତ୍ୟୁ ଘଟୁଥିବାର ନଜୀର ରହିଛି। ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏଫଆରୟୁ ମାନ୍ୟତା ପାଇଥିବାରୁ ୩୨ଟି ରୋଗୀ ଶଯ୍ୟା ଥିବା ବଦଳରେ ୧୬ଟି ରହିଛି। କୈାଣସି ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ହୋଇପାରୁ ନଥିବାରୁ ଏହାର ପ୍ରଭାବ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ପଡ଼ୁଛି। ୩ଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ଆଗରପଡ଼ା ଦେଇ ଅନେକ ଯାତ୍ରୀବାହୀ ବସ୍ ଚଳାଚଳ କରୁଥିବା ସ୍ଥଳେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସ୍ ଷ୍ଟାଣ୍ଡ, ବିଶ୍ରାମାଗାର କାଗଜ କଲମରେ ସୀମିତ ହୋଇ ରହିଯାଇଥିବାଳେ ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ସେହିପରି ମଧ୍ୟ ଆଜି ପର୍ଯ୍ୟନ୍ତ ଆଗରପଡ଼ାରୁ ଭଦ୍ରକ ପରି ବ୍ୟସ୍ତବହୁଳ ରାସ୍ତା ଗୁଡ଼ିକ ଶୋଚନୀୟ ହୋଇ ପଡ଼ିଛି। ଆବଶ୍ୟକୀୟ ଭିତ୍ତି ଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ଚିକିତ୍ସା ଓ ଡ଼ାକ ସେବା କ୍ଷେତ୍ରରେ ନାନାଦି ସମସ୍ୟା ସୃଷ୍ଟି ହେଉଛି। ସେହିପରି ନିର୍ମାଣକୁ ୬ବର୍ଷ ପୂରିଯାଇଥିଲେ ସୁଦ୍ଧା ସାଳନ୍ଦି ନଦୀ ଉପରେ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ନିର୍ମିତ ବିଜୁ ସେତୁ ଆପ୍ରୋଚ୍ ରୋଡ଼ ନଥିବାରୁ ଅନୁପଯୋଗୀ ହୋଇ ପଡ଼ିଛି। ଏହିପରି ନାନାଦି ସମସ୍ୟା ମଧ୍ୟଦେଇ ଆଗରପଡ଼ା ଓ ତା ଆଖପାଖୟ ଅଂଚଳବାସୀ ଗତି କରୁଛନ୍ତି। ଆଗରପଡ଼ା ପରି ଏକ ଐତିହାସିକ ସ୍ଥାନରେ ଏହିସବୁ ସମସ୍ୟା ଲାଗିରହିବା ପ୍ରକୃତରେ ନିନ୍ଦନୀୟ। ତେଣୁ ବିଧାୟକଙ୍କ ସମେତ ନବ ନିର୍ବାଚିତ ୨ଅଧ୍ୟକ୍ଷଙ୍କ ପାଇଁ ଆଗରପଡ଼ାର ବିକାଶ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ଉକ୍ତ ଜନନାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଆଗରପଡ଼ା ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.