ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଭଦ୍ରକର ୧୬ନଂ ଜାତୀୟ ରାଜପଥର ରାଣୀତାଲ ନିକଟ ହାଇଟେକ୍ କଲେଜ ନିକଟରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ କଟକ ସ୍ଥାନାନ୍ତର ହୋଇଛନ୍ତି । ଯାହା ଜଣାଯାଏ ଭୁବନେଶ୍ୱରର ଶେଷଦେବ ରଥ (୫୮) ଓ ପରମେଶ ଚନ୍ଦ୍ର ସାହୁ (୪୦) ନିଜର ଅନ୍ୟ ୨ ଜଣଙ୍କ ସହ କୋଲକାତାରୁ ଏକ କାର୍ରେ ଫେରୁଥିବାବେଳେ ଉପରୋକ୍ତ ସ୍ଥାନରେ ଭଦ୍ରକ ପ୍ରବେଶ ପଥ ଲୁହାବାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗାଡି ଚାଳକ ସମେତ ଭୁବନେଶ୍ୱର ମଂଚେଶ୍ୱର ଥାନା ଅଂଚଳର ସତ୍ୟରଂଜନ ସାହୁ ଓ ଅଶୋକ ମହାନ୍ତିଙ୍କର ମୃତ୍ୟୁ ହୋଇଛି । ଗୁରୁତର ଶେଷଦେବଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ପରମେଶଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଡିଓ ତଥା ଇଓ, ଭଦ୍ରକ ଜିଲ୍ଲା ପରିଷଦ ଭଦ୍ରକ ଡାକ୍ତରଖାନାରେ ପହଞ୍ôଚ କଟକ ପଠାଇଛନ୍ତି । ଅନୁରୂପ ସେହି ରାଜପଥ ନିକଟରେ ଭୁବନେଶ୍ୱର ପଟୁ ଏକ ମାଲ ବୋଝେଇ ଟ୍ରକ୍ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାଫଳରେ ଉତ୍ତରପ୍ରଦେଶ ଫିରୋଜାବାଦ ନିବାସୀ କୁସୁଲେସ କୁମାରଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁହୋଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିବାର ଜଣାପଡିଛି ।








