Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

36

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମହରମପୁର ପଞ୍ଚାୟତର ତାରାକାନ୍ତ ନାୟକ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ଏହି ଅବସରରେ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରାଇସାଇକେଲ ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ଶରତ ଦାସ, ଏବିଡିଓ ମାନସ କୁମାର ଜେନା, ଜିପିଇଓ ତରଣୀସେନ ବାରିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସରପଞ୍ଚ ତାପସ ବେହେରା, ପୂର୍ବତନ ସରପଞ୍ଚ ବିଷ୍ଣୁ କୁଅଁର, ଗୌରହରି ବେହେରା, ସମାଜସେବୀ ନିତ୍ୟାନନ୍ଦ ବେହେରା, ଓ ଶିକ୍ଷାବିତ୍ ଭୀମସେନ ବାରିକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.