Home ଜିଲ୍ଲା ପରିକ୍ରମା ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଟଂ ଉଦଯାପିତ

ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଟଂ ଉଦଯାପିତ

25

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ସ୍ଥାନୀୟ ଫାଇଟର କ୍ଲବ ପକ୍ଷରୁ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଟଂ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଟଂରେ ୬ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲରେ ପଞ୍ଜାବ ସିକ୍ସସର ସହିତ ଭଦ୍ରକର ସୂର୍ଯ୍ୟଶିଖା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଜାବ ସିକ୍ସରକୁ ୨-୦ ପଏଟଂରେ ହରାଇ ସୂର୍ଯ୍ୟଶିକ୍ଷା ଚମ୍ପିଆନ ହୋଇଛି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିବିସିସି ସଭାପତି ରଘୁନାଥ ଲେଙ୍କା, ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି ପ୍ରମୁଖ ଯୋଗଦେଇ ଚମ୍ପିଆନ ଓ ରନସ ଅଫ ଟିମକୁ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନଗର ସଭାପତି ସୁଶାନ୍ତ ରାଉତ, ଧାମନଗର ପ୍ରେସ କ୍ଲବ ସାଧାରଣ ସଂପାଦକ ପ୍ରଦୀପ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି କିଷାନ ରାଉତ, ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ସରୋଜ କୁମାର ସେଠୀ, ସେକ ଜାଫର ଅଲ୍ଲୀ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଲମ୍ବୋଧର ଜେନା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟ ମହାନ୍ତି, ସେକ ଲାଲୋ, ଏମଡି ଫକିରୁଦ୍ଦିନ, ସେକ ରୋସ୍ତମ, ସେକ କଲିମ, ସେକ ରଫିକ, ଏମଡି ମଜାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.