ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ଇହଧାମ ତ୍ୟାଗ କରିଥିବା ଭଦ୍ରକ ମାଟିର ଦୁଇ ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ସୁନାମଧନ୍ୟ ପାଲାଗାୟକ ବନ୍ତ ବ୍ଲକର ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ ଓ ଭଣ୍ଡାରିପୋଖରୀ ବ୍ଲକ୍ର ଯୋଗେନ୍ଦ୍ର ସେନାପତିଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇ ଫଟୋଚିତ୍ରରେ ପୁଷ୍ପ, ଦୀପ, ଧୂପ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ । ନଗର କଳା ସଂସ୍କୃତି ସଂଘ ଭଦ୍ରକର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା, ବ୍ଲକ୍ କଳା ସଂସ୍କୃତି ସଂଘ ଭଦ୍ରକର ପ୍ରଶାନ୍ତ କୁମାର ବେହେରା, ଧାମନଗରର ସୁବାସ ଚନ୍ଦ୍ର ମଲ୍ଲିକ୍, ଚାନ୍ଦବାଲିର ତ୍ରିଲୋଚନ ପଣ୍ଡା, ବନ୍ତର ନବ କୁମାର ଲେଙ୍କା ଏବଂ ବରିଷ୍ଠ କଳାକାର କାଳନ୍ଦୀ ମଲ୍ଲିକ୍, ସୁବାସ ବେହେରା, ଶରତ ସୂତାର, କମଳାକାନ୍ତ ନାୟକ, ନାରାୟଣ ବାରିକ୍, ରବୀନ୍ଦ୍ର ବାରିକ୍ ପ୍ରମୁଖ ଏଥିରେ ଯୋଗ ଦେଇ ଦିବଂଗତ ଦୁଇ କଳାକାରଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ ।