Home ଜିଲ୍ଲା ପରିକ୍ରମା ଦିବଂଗତ ଅଧିବକ୍ତା ଗୋଲକ ପ୍ରସାଦ ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ

ଦିବଂଗତ ଅଧିବକ୍ତା ଗୋଲକ ପ୍ରସାଦ ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚନ

24

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ମରିବ ଦିନେ, ଜନ୍ମ ହୋଇ ଦେବତା ବି ମରେ, ସାର୍ଥକ ଜୀବନ ତାର ଯାହା ପାଇଁ ମାଟିଗୁଡି ଝୁରେ । ଦିବଂଗତ ବରିଷ୍ଠ ଅଧିବକ୍ତା ଗୋଲକ ପ୍ରସାଦ ରାୟ ସେହିଭଳି ଜଣେ ଯଶ୍ୱସୀ ଓ ସାଲିସ୍ ବିହୀନ ଆଦର୍ଶ ବ୍ୟକ୍ତିତ୍ୱ ଥିଲେ ବୋଲି ଭଦ୍ରକ ସହର ବୁଦ୍ଧବିହାର ସତ୍ୟଭାମା ନିବାସ ପରିସରରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ଘଡେଇ ଓ ମନମୋହନ ସାମଲ ଯୋଗଦେଇ ସ୍ୱର୍ଗତଃ ରାୟଙ୍କ ପ୍ରତିମୂର୍ତ୍ତି ସହ ସ୍ମରଣିକା ଉନ୍ମୋଚନ କରି ତାଙ୍କ ବ୍ୟକ୍ତିତ୍ୱର ବହୁବିଧ ଦିଗନ୍ତ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ମଂଚ ସଂଯୋଜନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଆଇନ୍‌ଜୀବୀ ପବନ ଶର୍ମା, ପର୍ଶୁରାମ ଦ୍ୱିବେଦୀ, ଅରୁଣ ଚାନ୍ଦ, ଉପେନ୍ଦ୍ର ପାଢୀ, କରୁଣାକର ଦାସ, ଅତିଶ ବେହେରା, ଭଦ୍ରକ ବାର୍ ଆସୋସିଏସନ୍ ସଭାପତି ଦିଲ୍ଲୀପ ମହାପାତ୍ର, ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ପ୍ରଫେସର ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ମଙ୍ଗରାଜ ମଳିକ, ଦିଲ୍ଲୀପ ନାୟକ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ ରାୟ ପ୍ରମୁଖ ସ୍ୱର୍ଗତଃ ରାୟଙ୍କ ସ୍ମୃତିଚାରଣ କରି ସ୍ୱର୍ଗତଃ ରାୟ ଏକାଧାରାରେ ଜଣେ ରାଜନୀତିଜ୍ଞ, ପ୍ରଚଣ୍ଡ ପ୍ରତିଭା ସଂପନ୍ନ ଆଇନ୍‌ଜୀବୀ ଓ ସମାଜସେବୀ ଭାବେ ନିଜ ଜୀବନର ଅନ୍ତିମ ସୋପାନ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତଃ ରାୟଙ୍କ ପୁଅ ପ୍ରଫୁଲ୍ଲ କୁମାର ରାୟ, ପ୍ରଦୀପ୍ତ କୁମାର ରାୟ ଓ ନାତି ରୌମ୍ୟଦର୍ଶନ ରାୟ, ପ୍ରିୟଙ୍କର ରାୟ, ପ୍ରିୟଦର୍ଶୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଝାନ୍ସିରାଣୀ ପ୍ରଧାନ(ରାୟ) ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.