Home ଜିଲ୍ଲା ପରିକ୍ରମା ଦିନରେ ଭିକ୍ଷାବୃତ୍ତି ରାତିରେ ଡକାୟତି, ୬ ଡକାୟତ ଗିରଫ, ସୁନାଗହଣା, ଟଙ୍କା, ବାଇକ୍ ଓ ମାରଣାସ୍ତ୍ର...

ଦିନରେ ଭିକ୍ଷାବୃତ୍ତି ରାତିରେ ଡକାୟତି, ୬ ଡକାୟତ ଗିରଫ, ସୁନାଗହଣା, ଟଙ୍କା, ବାଇକ୍ ଓ ମାରଣାସ୍ତ୍ର ଜବତ

18

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସାବରଙ୍ଗ ଥାନା ପୁଲିସ୍ ଏକ ବଡ ଡକାୟତି ଗ୍ୟାଙ୍ଗଙ୍କୁ ଧରିବାରେ ସକ୍ଷମ ହେବା ସହ ସେମାନଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଟଙ୍କା, ସୁନା ଅଳଙ୍କାର, ମାରଣାସ୍ତ୍ର ଓ ସେମାନେ ବ୍ୟବହାର କରୁଥିବା ମୋବାଇଲ୍ ଓ ୩ଟି ବାଇକ୍ ଜବତ କରିଛି । ଏଠାରେ ସୂଚନାଯୋଗ୍ୟ ଗତ ୧୪ ତାରିଖ ଦିନ ଏହି ଥାନା ଅଧୀନସ୍ଥ ଚଣ୍ଡି ଗ୍ରାମରେ ୨ ଗୋଟି ଲୋକଙ୍କ ଘରେ ଏହି ଗ୍ୟାଙ୍ଗ କଳାକନା ବୁଲାଇଥିଲା । ଏ ସଂପର୍କରେ ସାବରଙ୍ଗ ଥାନା ପୁଲିସ୍ ନିକଟରେ ଅଭିଯୋଗ ପରେ ପୁଲିସ୍ ତତ୍ପର ହୋଇପଡିଥିଲା । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଡକାୟତମାନଙ୍କ ସଂପର୍କରେ ତଦନ୍ତ କରିବା ପରେ ଏଥିରେ ଜଡିତ ମୋଟ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବିଶେଷକରି ଏମାନେ ଦିନରେ ଭିକ୍ଷାବୃତ୍ତି ଆଳରେ ଲୋକଙ୍କ ଘର ଚିହ୍ନଟ କରିବା ପରେ ରାତିରେ ଚୋରି କରୁଥିଲେ । ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନସ୍ଥ ପଗଡ ଗ୍ରାମର ଅଜୁ ଦାସ, ରାଜୁ ଦାସ, ରାମୁ ଦାସ, ଇଟାଗଡି ଗ୍ରାମର ଦୁଃଖା ଦାସ ଓ କେନ୍ଦ୍ରାପଡା ଜିଲାର ବଳିଆ ଦାସ ସଂପୃକ୍ତ ଥିବାର ଜାଣି ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରା ଉଚୁରା କରିବା ପରେ ଘଟଣାର ପଦ୍ଦାର୍ଫାସ ହୋଇଥିଲା । ସେମାନେ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାର ସହ ୩ ଗୋଟି ମୋଟର ସାଇକେଲ୍‌, କଟୁରୀ, ନଗଦ ଟଙ୍କାକୁ ପୁଲିସ୍ ସେମାନଙ୍କ ନିକଟରୁ ଜବତ କରି ଗିରଫ କରିଛି । ପରେ ଏହି ଚୋରି ଜିନିଷ କିଣାବିକାରେ ସଂପୃକ୍ତ ଥିବା ବାଲେଶ୍ୱର ଜିଲା ସିମୁଳିଆ ଥାନା ବେଗୁନିଆ ଗ୍ରାମର ରମାକାନ୍ତ ସାହୁଙ୍କୁ ପୁଲିସ୍ ଗିରଫ କରିଛି । ତେବେ ଏହି ଡକାୟତିମାନେ ପୂର୍ବରୁ କେତେକ ଅପରାଧରେ ସଂପୃକ୍ତ ଥିବା ବିଷୟ ବାସୁଦେବପୁର ପୁଲିସ୍ ଏସଡିପିଓ ସୌରଭ ଓତ୍ତା ଆଜି ସାବରଙ୍ଗ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ହେବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.