Home ଜିଲ୍ଲା ପରିକ୍ରମା ଦାରିଦ୍ର ଦୂରୀକରଣ କାର୍ଯ୍ୟକାରିତା ନେଇ ତାଲିମ ଶିବିର

ଦାରିଦ୍ର ଦୂରୀକରଣ କାର୍ଯ୍ୟକାରିତା ନେଇ ତାଲିମ ଶିବିର

47

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଗ୍ରାମୀଣ ଦାରିଦ୍ର‌୍ୟ ଦୂରୀକରଣ ରୋଜଗାର ଯୋଜନାର କାର୍ଯ୍ୟକାରିତା ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପଞ୍ଚାୟତ ଗ୍ରାମରୋଜଗାର ସେବକ ନିରାକାର ଘଡ଼େଇ ସଂଯୋଜନା କରିଥିଲେ । ଏଥିରେ ସରପଞ୍ଚ କିଶୋର କିଙ୍କର ପଢିଆରୀ, ନିର୍ବାହୀ ଅଧିକାରିଣୀ ସମୀକ୍ଷା ତ୍ରିପାଠୀ, କସ୍ତୁରବା ମହାସଂଘର ଏମବିକେ ଜ୍ୟୋର୍ତିମୟୀ ପଣ୍ଡା, ସଭାନେତ୍ରୀ ପୁଷ୍ପାରାଣୀ ପଲେଇ, ସମ୍ପାଦିକା ଅନୁପମା ରାଉତ ପ୍ରମୁଖ ଉପସ୍ଥ୍‌ିତ ରହି ସିଆରପି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଉଜ୍ଜ୍ୱଳା, ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା, ପ୍ରଧାନ ମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ବିଜୁ କୃଷକ କଲ୍ୟାଣ, କାଳିଆ, ନିର୍ମାଣ ଶ୍ରମିକ, ରାଜ୍ୟ ଖାଦ୍ୟ ସୁରକ୍ଷା, ମଧୁବାବୁ ପେନସନ, ବିଜୁ ଗ୍ରାମୀଣ ଜ୍ୟୋତି, ସ୍ୱଚ୍ଛ ଭାରତ ମିଶନ, ସ୍ୱାସ୍ଥ୍ୟକାର୍ଡ଼ ଯୋଜନା ଗୁଡ଼ିକ କିପରି ପଞ୍ଚାୟତ ସ୍ତରରେ ସଠିକ ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ତାଲିମ ପ୍ରଦାନ କରିଥିଲେ । ଏଥିରେ ସିଆରପି ଅମିତା ପୁହାଣ, ତୁଳସୀ ଜେନା, ଅନ୍ନପୂର୍ଣ୍ଣା ରାଉତ, କବିତା ସାହୁ, ଭାରତୀ ଜେନା, ରେବତୀ ବେହେରା, ଶୁଭଶ୍ରୀ କାଞ୍ଚନ ବାରିକ, ପାର୍ବତୀ ସେଠୀ, ପଦ୍ମାବତୀ ତ୍ରିପାଠୀ, ସ୍ୱର୍ଣ୍ଣଲତା ବେହେରା, ମାନସୀ ସାମଲ ଓ ନିରୂପମା ପ୍ରଧାନ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.