Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ବିକାଶ ଓ ନବୀନ ଓଡ଼ିଶାର ସାମାଜିକ ଯୌତୁକ ପ୍ରଥା...

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ବିକାଶ ଓ ନବୀନ ଓଡ଼ିଶାର ସାମାଜିକ ଯୌତୁକ ପ୍ରଥା ସଚେତନତା ଅଭିଯାନ

14

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଯୁବ ବିକାଶ ଓ ନବୀନ ଓଡ଼ିଶା ପକ୍ଷରୁ ସାମାଜିକ ଯୌତୁକ ପ୍ରଥା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ପୋରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଭଦ୍ରକ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୌତୁକ ପ୍ରଥା ଏକ ସାମାଜିକ ବ୍ୟାଧି । ଯଦି ଯୌତୁକ ପ୍ରଥାକୁ ସମାଜରୁ ଦୂରେଇ ଦେବା ତାହାହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ମୁଖ୍ୟବକ୍ତା ଭଦ୍ରକ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା, ସମାଜସେବୀ ଓ ସୁସାହିତ୍ୟିକା ଡଃ ରାଧାରାଣୀ ମହାପାତ୍ର ଯୋଗଦେଇ ପୁରୁଷ ସମାଜ ସାକ୍ଷର ହେବା ସଂଗେ ସଂଗେ ଲୋଭ ଓ ମୋହକୁ ପରିତ୍ୟାଗ କଲେ ଯୌତୁକ ପ୍ରଥା ଉଚ୍ଛେଦ ହୋଇ ପାରିବ ବୋଲି ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ଶୁକଦେବ ପଣ୍ଡା ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପଣ୍ଡିତ ମଧୁସୂଦନ ତ୍ରିପାଠୀ ବେଦପାଠ କରିଥିବା ବେଳେ ଶ୍ରୀ ଅକ୍ଷୟ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଡଃ ପ୍ରମୋଦ କୁମାର ନାୟକ, ମଞ୍ଜୁଲତା ମହାପାତ୍ର, ରଘୁନାଥ ନାୟକ ଓ ଗୌରାଙ୍ଗ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଡଃ କୃପାସିନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.