Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ସାମାଜିକ ସାକ୍ଷରତା ଯୁବ ବିକାଶ କାର୍ଯ୍ୟକ୍ରମ

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ସାମାଜିକ ସାକ୍ଷରତା ଯୁବ ବିକାଶ କାର୍ଯ୍ୟକ୍ରମ

14

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ ସାମାଜିକ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବିଶିଷ୍ଟ ସମାଜସେବୀ ତଥା ଚରମ୍ପା ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗ ମୁଖ୍ୟା ଶ୍ରୀମତୀ ଝରଣା ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ନେଇ ସାକ୍ଷରତା ଦେଶ ଓ ଜାତିର ମାପକାଠି ଏବଂ ଜନସାଧାରଣ ସାକ୍ଷର ହେଲେ ସମାଜ ସୁସଂଗଠିତ ହେବବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଡଃ ପ୍ରମୋଦ କୁମାର ନାୟକ, ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇ ସାକ୍ଷରତା ସମାଜକୁ ଶୃଙ୍ଖଳିତ କରିବା ସଂଗେ ସଂଗେ ମନର କଥା ଶୈଳୀର ଚାତୁର୍ଯ୍ୟତା ପ୍ରତିପାଦନ କରିଥାଏ । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରୁ ବାହାରି ପୁରୁଣାବଜାର, କାଜିମହଲ, ବାବୁସାହି, ଧନାଟୋଲା ଓ ବାଙ୍କାବଜାର ସାକ୍ଷରତା ସଂପର୍କରେ ଶ୍ଳୋଗାନ୍ ଦେଇ ପରିକ୍ରମା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.