ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଜନ ସଚେତନତା ପ୍ଲାଷ୍ଟିକ୍ ମୁକ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶ୍ରୀଯୁକ୍ତ ସୁଧାକର ରାଉତ ପରିବେଶ ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ୍ର ଅତ୍ୟଧିକ ବ୍ୟବହାର ସମାଜକୁ ଦୂଷିତ କରୁଅଛି । ଯଦି ଯୁବସମାଜ ସଚେତନ ହୁଏ ତାହାହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡଃ ପ୍ରମୋଦ କୁମାର ନାୟକ ଯୋଗଦେଇ ପ୍ଲାଷ୍ଟିକ୍ ମୁକ୍ତ ଭାରତ ହେଲେ ସୁସ୍ଥ ପରିବେଶ ଗଠନ ହୋଇପାରିବ । ଅନ୍ୟତମ ସମ୍ମାନିତ ଅତିଥି ଶିକ୍ଷାବିତ୍ ଶ୍ରୀଯୁକ୍ତ ଅକ୍ଷର କୁମାର ପାଣିଗ୍ରାହୀ ଯୋଗଦେଇ ପ୍ଲାଷ୍ଟିକର ଅପକାରିତ ବିଷୟରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ନୋଡ଼ାଲ ଅଫିସର ସ୍ୱାଗତଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ପୁରୁଣାବଜାର, ବାବୁସାହି, କାଜିମହଲା ଓ ବାଙ୍କାବଜାର ପରିକ୍ରମା କରି ପ୍ଲାଷ୍ଟିକ୍ମୁକ୍ତ ସ୍ଳୋଗାନ୍ ଦେଇଥିଲେ । ପରିଶେଷରେ ଶ୍ରୀଯୁକ୍ତ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।








