Home ଜିଲ୍ଲା ପରିକ୍ରମା ଦହପାଣିଆ ଏସଏସଡି ସରକାରୀ ହାଇସ୍କୁଲରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଦହପାଣିଆ ଏସଏସଡି ସରକାରୀ ହାଇସ୍କୁଲରେ ବ୍ୟାପକ ଦୁର୍ନୀତି ଅଭିଯୋଗ

28

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ପଞ୍ଚାୟତ ଅଧିନ ଦହପାଣିଆ ଏସଏସଡି ସରକାରୀ ହାଇସ୍କୁଲରେ ବ୍ୟାପକ ଦୁର୍ନିତି ଓ ଅର୍ଥ ହରିଲୁଟ ହୋଇଥିବା ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ତିହିଡ଼ି ଟାଉନ ହଲ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହାଇସ୍କୁଲର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ମଳିକ ଯୋଗ ଦେଇ ଅଭିଯୋଗ କରାଯାଇଥିଲା ଯେ, ହାସ୍କୁଲର ଶିକ୍ଷକ କାଳୀପଦ ଦାସ ଦୀର୍ଘ ୧୩ବର୍ଷ ହେବ ଶିକ୍ଷକତା କରୁଛନ୍ତି । ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧-୨୦୨୨ ମସିହା ପର୍ଯ୍ୟନ୍ତ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ୪ଲକ୍ଷ ଟଙ୍କାର ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ସ୍କୁଲ ପରିସରରେ ଥିବା ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱ ମୂଲ୍ୟର ବିଭିନ୍ନ ଗଛ କାଟି ଏହି ଟଙ୍କାକୁ ହରିଲୁଟ କରାଯିବା, ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଟ ଓ ସାଇକେଲ ପାଇଁ ଆସୁଥିବା ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ କରିଥିଲେ । ଏଥି ସହିତ ଶ୍ରୀ ମଳିକ କହିଥିଲେ ଯେ ଶିକ୍ଷକ ଶ୍ରୀ ଦାସ ସରକାରୀ ଭାବେ ଚାକିରୀ କୁରୁଥିଲେ ମଧ୍ୟ ସ୍କୁଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଯୋଜନାର ଅର୍ଥକୁ ମଧ୍ୟ ଆତ୍ମସାତ କରିଛନ୍ତି । ୫-ଟି ଯୋଜନାରେ ସ୍କୁଲକୁ ୧କୋଟି ଟଙ୍କା ଅନୁଦାନ ଆସିଥିଲା ବେଳେ ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଛି । ସ୍କୁଲ ପରିସରରେ କଂକ୍ରିଟ୍ ରାସ୍ତା କରାଯାଇଥିଲା ବେଳେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଏହା ୧୫ ଦିନ ମଧ୍ୟରେ ପାଟି ଯାଇଥିବା ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ମଳିକଙ୍କ ସମେତ ଜଳଧର ଦାସ, ସାଧୁ ଚରଣ ମଳିକ, ରଂଜିତ ମହାଳିକ, ପଦ୍ମଲୋଚନ ମଳିକ, ଉପେନ୍ଦ୍ର ମଳିକ, ଜଳଧର ମଳିକ, ଅଶୋକ ମହାଳିକ, ଗୋବିନ୍ଦ ମଳିକ, ଖଗେଶ୍ୱର ମଳିକ, ମନୋଜ କୁମାର ମଳିକ, ଅଜୟ କୁମାର ମଳିକ, ନିରଂଜନ ମଳିକ, ସୁଶାନ୍ତ କୁମାର ମଳିକ, ଭଗବାନ ମଳିକ, ଧିରେନ୍ଦ୍ର ମଳିକ ପ୍ରମୁଖ ଜିଲ୍ଲାପାଳ, ଜିଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ତୁରନ୍ତ ଏହି ସବୁ ଅନିୟମିତତା ଓ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦୁର୍ଗା ଚରଣ ନାୟକ, ଶୁକଦେବ ମଳିକ, ରଘୁନାଥ ପାତ୍ର, ପ୍ରଦୀପ କୁମାର ବଳ, ଉମାକାନ୍ତ ଦାସ, ପ୍ରମୋଦ ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.