Home ଜିଲ୍ଲା ପରିକ୍ରମା ଦକ୍ଷିଣବାଡ଼ ଗ୍ରାମ ଯେନାସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ୬୮୦ଜଣ କରୋନା ଆକ୍ରାନ୍ତ ଛୁଇଁଲା, ଏସ୍‌ବିଆଇ ଗ୍ରାହକ...

ଦକ୍ଷିଣବାଡ଼ ଗ୍ରାମ ଯେନାସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ୬୮୦ଜଣ କରୋନା ଆକ୍ରାନ୍ତ ଛୁଇଁଲା, ଏସ୍‌ବିଆଇ ଗ୍ରାହକ ସେବାକେନ୍ଦ୍ର ସିଲ୍‌

23

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନାର ଏବେ ଧାମନଗର ବ୍ଲକରେ ବିସ୍ତାର ବଢାଇ ଚାଲିଛି । ଏଥିରେ ଅନେକ ଜୀବନ ଗଲାଣି । ଅନେକ ମଧ୍ୟ ଆକ୍ରାନ୍ତ ହେଲେଣି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ଜନସାଧାରଣଙ୍କୁ ସଚେତନ କରିବା ସହିତ ଲକଡ଼ାଉନ୍ ଓ ସଟ୍‌ଡ଼ାଉନ୍ କରି ଲୋକଙ୍କ ଜିବନକୁ ବଞ୍ଚାଇବା ପାଇଁ ଉଦ୍ଦ୍ୟମ ଯାରିରଖିଛନ୍ତି । ଏପରିକି ଅମାନିଆଙ୍କ ଉପରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କୋଭିଡ ଼କଟକଣାକୁ ମାନୁନଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆଜି ଧାମନଗର ବଡ଼ବଜାର ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ସୁବିଧା ଯୋଗାଉଥିବା ଏକ ଜନସେବା କେନ୍ଦ୍ରକୁ ଧାମନଗର ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ଏହାକୁ ସିଲ୍ କରିଥିଲା । ଆଜି ଧାମନଗର ବ୍ଲକର ୫୭ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଧାମନଗର ଏନ୍‌ଏସିରେ ୧୮, ଦୋବଲ, ଦଇପୁର, ପଧାନୀ, ଖଡ଼ିପଦା, ବମକୁରା, ଦଳାଙ୍ଗ, ଭଟସାହି, ଗୋବିନ୍ଦପୁର, ଧୁଷୁରୀ, ଆନନ୍ଦପୁର ପଂଚାୟତର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଧାବଲ୍ଲଭପୁର ୧୧, ଅସୁରାଳିରେ ୨, କଟସାହିରେ ୬, ଖପରପଦାରେ ୪, ଭଗବାନପୁର ପଂଚାୟତରେ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିକୁ ଲଗାଇ ଧାମନଗର ବିଜ୍ଞାପିତ ଅଂଚଳ ଓ ବ୍ଲକରେ ମୋଟ ୬୮୦ଜଣ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୩୩୭ଜଣ ସୁସ୍ଥ ହୋଇଛନ୍ତି । ସର୍ବାଧିକ ଧାମନଗର ବିଜ୍ଞାପିତ ଅଂଚଳର ଆଜି ୧୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୧ନମ୍ବର ୱାର୍ଡ଼ର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଆଜି ଧାମନଗର ବିଜ୍ଞାପିତ ଅଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରି ୧୧ନୱାର୍ଡ଼ର ଯେନାସାହି ଗ୍ରାମକୁ ସିଲ୍ କରିଛନ୍ତି । ତେବେ ଧାମନଗର ବ୍ଲକର ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ବୁଦ୍ଧି ପାଉଥିବାବେଳେ ଏ ଦୀଗରେ ଜନସାଧାରଣ ସଚେତନ ହେବା ସହିତ ସମଦୂରତା ରକ୍ଷାକରିବା, ମାସ୍କ ବ୍ୟବହାର କରିବା ଅତି ଜରୁରି ନଥିଲେ କେହି ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଧାମନଗର ଏ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ଓ ଧାମନଗର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.