Home ଜିଲ୍ଲା ପରିକ୍ରମା ତେଲେଙ୍ଗାନାରେ ମୃତ୍ୟୁବରଣ କରିଥିବା ମାୟାଧର ନିଜ ଗ୍ରାମରେ ପହଞ୍ôଚଲା, ଭାଇ ପକ୍ଷରୁ ହୋଇଥିବା ହତ୍ୟା ଅଭିଯୋଗ...

ତେଲେଙ୍ଗାନାରେ ମୃତ୍ୟୁବରଣ କରିଥିବା ମାୟାଧର ନିଜ ଗ୍ରାମରେ ପହଞ୍ôଚଲା, ଭାଇ ପକ୍ଷରୁ ହୋଇଥିବା ହତ୍ୟା ଅଭିଯୋଗ ଭିତ୍ତିହୀନ, କରୋନାରେ ମୃତ୍ୟୁ ବୋଲି ସ୍ପଷ୍ଟ କଲା ପୁଲିସ୍‌

36

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଦୂର ତେଲେଙ୍ଗାନାରେ ଏକ ଘରୋଇ କଂପାନୀରେ କାର୍ଯ୍ୟ କରୁଥିବା ଜଣେ ଯୁବକର ମୃତ୍ୟୁକୁ ନେଇ ତାଙ୍କ ଭାଇ ନିଜ ଗ୍ରାମବାସୀଙ୍କ ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡାଙ୍କୁ ଭେଟି ଏହି ମୃତ୍ୟୁ ସାଧାରଣ ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଘଟଣାର ସତ୍ୟାସତ୍ୟ ନେଇ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେବାପରେ ଏହା କରୋନା ଜନିତ ମୃତ୍ୟୁ ବୋଲି ଜଣାପଡିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରପଦା ତିଗିରିଆ ଗ୍ରାମନିବାସୀ ଚିନ୍ତାମଣି ଜେନାଙ୍କ ପୁତ୍ର ପ୍ରଭାକର ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କର ଭାଇ ମାୟାଧର (୩୦) ଦୀର୍ଘ ୮ ବର୍ଷ ହେବ ତେଲେଙ୍ଗାନା ରାଜ୍ୟର ନାଲଗୁଣ୍ଡା ଜିଲା ଭୋଙ୍ଗିରର ଗ୍ଲାସ୍ ଫ୍ୟାକ୍ଟ୍ରି ରୋଡ୍‌ରେ ଥିବା ଏଚଏସ୍‌ଆଇଏଲ୍ ଲିମିଟେଡ୍ (ଏଜିଆଇ ଗ୍ଲାସ୍‌ପିକ୍‌) କଂପାନୀରେ କାର୍ଯ୍ୟ କରୁଥିଲେ । ଗତକାଲି ଅପରାହ୍ନ ୪ଟା ସମୟରେ ସେହି କଂପାନୀରେ କାର୍ଯ୍ୟ କରୁଥିବା ଏହି ଅଂଚଳର ବାଲେଶ୍ୱର ସିମୁଳିଆ ବରୋଦାର ଗରଡି ଅଂଚଳର ପିତାମ୍ବର ପଣ୍ଡାଙ୍କ ମୋବାଇଲ୍ ଫୋନ୍‌ରୁ ତାଙ୍କ ଭାଇର ମୃତ୍ୟୁ ହୋଇଥିବା ବିଷୟ ଜାଣିବାକୁ ପାଇଥିଲେ । ଏବଂ କଂପାନୀ ପକ୍ଷରୁ ତାଙ୍କ ଭାଇର ମୃତଦେହକୁ ବିନା ବ୍ୟବଚ୍ଛେଦରେ କଂପାନୀର କିଛି କର୍ମଚାରୀଙ୍କ ଦ୍ୱାରା ଆମ୍ବୁଲାନ୍ସରେ ଆସୁଥିବା ବିଷୟ ଜାଣିବାକୁ ପାଇଥିଲେ । ଏହି ଘଟଣାରେ ପ୍ରଭାକର ତାଙ୍କ ଭାଇର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ତାହା ବ୍ୟବଚ୍ଛେଦ ହୋଇନଥିବାରୁ ହତ୍ୟା ବୋଲି ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଥିଲେ ।

ଏବଂ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ୱାରା ଏଠାରେ ବ୍ୟବଚ୍ଛେଦ କରିବାକୁ ଅନୁରୋଧ କରିଥିଲେ । ତେବେ ଆଜି ସନ୍ଧ୍ୟାରେ ଉକ୍ତ କଂପାନୀର ଜଣେ ସୁପରଭାଇଜର ଓ କିଛି ବ୍ୟକ୍ତି ଆଣି ପହଞ୍ôଚବା ପରେ ସେ ଆଣିଥିବା ଡାକ୍ତରଖାନାର ତଥ୍ୟ ମୂଳେ କରୋନାରେ ମୃତ୍ୟୁ ହୋଇଥିବା ବିଷୟ ଜଣାପଡିଛି । ମୃତକଙ୍କ ଭାଇଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ୬ ମାସ ତଳେ ତାଙ୍କ ଭାଇଙ୍କର କରୋନା ଚିହ୍ନଟ ହୋଇଥିଲା । ଏବଂ ସେ ଯେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ସେହି ଡାକ୍ତରଖାନାର ପ୍ୟାଡ୍‌ରେ ତାଙ୍କ ମୃତ୍ୟୁର କାରଣ କରୋନା ବୋଲି ଲେଖାଯାଇଛି । ତେବେ କରୋନା ରୋଗୀଙ୍କର ମୃତଦେହ ବ୍ୟବଚ୍ଛେଦ ହେବାର ନିୟମ ନଥିବାରୁ କଂପାନୀ କର୍ତ୍ତୃପକ୍ଷ ସଂସ୍କାର ପାଇଁ ତାହା ତାଙ୍କ ଗ୍ରାମକୁ ଆଣିଥିବା ବିଷୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.