Home ଜିଲ୍ଲା ପରିକ୍ରମା ତୃତୀୟ ଅମୃତ ପାର୍କ ଲୋକାର୍ପିତ, ଗରଦପୁର-ଦୁର୍ଗାପୁର ରାସ୍ତାର ଶିଳାନ୍ୟାସ

ତୃତୀୟ ଅମୃତ ପାର୍କ ଲୋକାର୍ପିତ, ଗରଦପୁର-ଦୁର୍ଗାପୁର ରାସ୍ତାର ଶିଳାନ୍ୟାସ

23

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ୩୦ ନମ୍ବର ୱାର୍ଡ଼ ଗରଦପୁର ଠାରେ ମଙ୍ଗଳବାର ଅପରାହ୍ନରେ ତୃତୀୟ ଅମୃତ ପାର୍କ ଲୋକାର୍ପିତ ହୋଇଛି । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପାର୍କକୁ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଯୁବନେତା ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ବିଜେଡ଼ିର ନଗର ସଭାପତି ତାହେର ମହମ୍ମଦ, ୱାର୍ଡ଼ ସଭାପତି ରମେଶ ମାଝୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ନିଜ ଅଭିଭାଷଣରେ କହିଥିଲେଯେ ୨୦୧୫ ମସିହାରେ ଭଦ୍ରକ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସ୍ଥାନ ପାଇବା ପରେ ସହରର ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ ଯୋଗାଣ, ଡ୍ରେନେଜ ବ୍ୟବସ୍ଥା ସମେତ ବିଭିନ୍ନ ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ସହରବାସୀଙ୍କ ଅବସର ବିନୋଦନ ପାଇଁ ପାର୍କର ଆବଶ୍ୟକତା ରହିଥିବାବେଳେ, ପୌରାଞ୍ଚଳର ଏହି ତୃତୀୟ ପାର୍କ ସ୍ଥାନୀୟ ଅଞ୍ଚଳର ୭ଟି ୱାର୍ଡ଼ର ବାସିନ୍ଦା ଏହି ପାର୍କର ମଜା ନେଇ ପାରିବେ । ତେଣୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେବା ସହ ସହରର ସୌନ୍ଦର୍ଯ୍ୟ ବୃଦ୍‌ଧି ପାଇଁ ସେ ଦୃଢ଼ ପ୍ରତିଜ୍ଞ ବୋଲି କହିଥିଲେ । ସମ୍ମାନିତ ଅତିଥି ପୌର ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଏହି ପାର୍କ ପାଇଁ ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା କହିଥିଲେ । ପାର୍କର ଲୋକାର୍ପଣ ପରେ ବିଧାୟକ ଗରଦପୁର-ଦୁର୍ଗାପୁର ମୁଖ୍ୟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ରାସ୍ତା ପାଇଁ ମୋଟ ୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଥିଲେ । ମୀର ରିଆଜ ଅଲ୍ଲୀ, ସୁବାଷ ଦାସ, ଜୁଲଫୁକର ଅଲ୍ଲୀ, ନିତ୍ୟାନନ୍ଦ ଦାସ, ରାଜଲକ୍ଷ୍ମୀ ମହାପାତ୍ରଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦା ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.