Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକର ୯ପଞ୍ଚାୟତକୁ ନେଇ ସୟାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ତିହିଡ଼ି ବ୍ଲକର ୯ପଞ୍ଚାୟତକୁ ନେଇ ସୟାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

12

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ୯ପଞ୍ଚାୟତକୁ ନେଇ ସୟା ପଞ୍ଚାୟତ ଅଧୀନ ଧୂଳିପଦା ଠାରେ ଶୁକ୍ରବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗ ଦେଇ ନବୀନ ପଟ୍ଟନାୟକ ସରକାରଙ୍କର ଲୋକହିତକର ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଜନସମ୍ପର୍କ ପଦଯାତ୍ରାର ଆଭିମୁଖ୍ୟ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ୱାର୍ଡ଼ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗଦେଇ ଆଗାମୀ ନର୍ବାଚନରେ ବାସୁଦେପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ ଦେଇ ବିଜୟୀ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଇବାକୁ ମହିଳାମାନେ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଜିଲାପରିଷଦ ସଭ୍ୟା ସୁମତୀ ସେଠୀ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ଲକ୍ଷ୍ମୀପ୍ରିୟା ସାମଲ ଓ ତାପସ ବେହେରା, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଯୁବନେତା କମଳାକାନ୍ତ ଲେଙ୍କା, ଯୁବ ବିଜେଡି ବ୍ଲକ ସଭାପତି ଛନ୍ଦା ଚରଣ ନାୟକ, ବରିଷ୍ଠ ନେତା କମଳାକନ୍ତ ସ୍ୱାଇଁ, ଶରତ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ଓ ବୈକୁଣ୍ଠନାଥ ପାଣି, ବିପିନ ବେହେରା, ପଞ୍ଚାୟତ ସଭାପତି ଲଳିତ ମୋହନ ନାୟକ ଓ ଗଣେଶ ପ୍ରସାଦ ନାୟକ, ଯୁବନେତା ଉମାକାନ୍ତ ସେଠୀ, ଶୁଭେନ୍ଦୁ ମଲ୍ଲିକ, ଅଭୟ ବିଶ୍ୱାଳ, ଅନିରୁଦ୍ଧ ବାରିକ, ଦେବୀପ୍ରସାଦ ପତି, କୈଳାସ ବେହେରା, ସୟଦ ଇବ୍ରାହିମ ନାରାୟଣ ନାୟକ, ରାଜୁ ରାଉତ, ଅଜୟ ବେହେରା, ସୁଧାଂଶୁ ମହାଳିକ, ବିଭୂତିଭୂଷଣ ପାଟ୍ଟ, ପ୍ରଦୀପ ଦାସ, ରବିନ୍ଦ୍ର ପାଣି, କୈଳାସ ଚନ୍ଦ୍ର ରାଉଳ, ନିତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ ଦାସ, ବଳରାମ ମଳିକ, ସୁରେନ୍ଦ୍ର ପ୍ରସାଦ ନାୟକ, ଗୌରୀଶଙ୍କର ବେହେରା, ପଦ୍ମଲୋଚନ ପତି, ସରପଞ୍ଚ କୈଳାସ ପରିଡ଼ା, ସମିତିସଭ୍ୟ ନକୁଳ ବାରିକ, ଧର୍ମାନନ୍ଦ ବେହେରା ପ୍ରମୁଖଙ୍କ ସମେତ ବହୁ ନେତା, କର୍ମୀ ଓ ମହିଳାମାନେ ଉପସ୍ଥିତ ଥିଲେ । ସମିତିସଭ୍ୟା ତିଳୋତ୍ତମା ବେହେରା ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.