ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ବୁଧବାର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ସାଂସଦ ପ୍ରତିନିଧି ମାନସ ପାଠୀ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ସୁଶ୍ରୀ ବିଦ୍ୟୁତ୍ଲତା ନାୟକ, ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, ଭାରପ୍ରାପ୍ତ ଜିପିଇଓ ନିହାର ରଂଜନ ରାଉତ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାକୁ ସଠିକ୍ ରୂପେ କାର୍ଯ୍ୟ କରାଇବା ଦିଗରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ । ଏହି ବୈଠକରେ ବରିଷ୍ଠ ସମିତିସଭ୍ୟ ତଥା ଆଇନଜୀବୀ ଚିନ୍ତାମଣି ଦାସ ଯୋଗ ଦେଇ ଦୋଳସାହିରୁ କାନ୍ତକବି ପୀଠ ରାସ୍ତାକୁ କାନ୍ତକବିଙ୍କ ନାମରେ ଓ ତିହିଡ଼ିରୁ କାନ୍ତକବି ପୀଠ ଭାୟା ମୁକୁନ୍ଦପୁର ରାସ୍ତାକୁ ନୀଳମଣି ମାର୍ଗ ନାମରେ ନାମିତ କରିବାକୁ ଦାବି କରିଥିଲେ । ସରପଞ୍ଚ ଉଦ୍ଧବ ନାୟକ ଯୋଗ ଦେଇ କହିଥିଲେ ଯେ, ପଞ୍ଚାୟତ ସମିତି ସଭାଗୃହକୁ ନୀଳମଣି ସଭା ସଦନ ନାମରେ ଯଥାଶିଘ୍ର ନାମିତ କରାଯିବା ଦିଗରେ ଅଧ୍ୟକ୍ଷା ଦୃଷ୍ଟି ଦିଅନ୍ତୁ । ପାଳିଆବିନ୍ଧା ପଞ୍ଚାୟତ ସମିତିସଭ୍ୟ ଜୀବନଜ୍ୟୋତି ପଲେଇ ବୈଠକରେ ଯୋଗଦେଇ ବ୍ଲକରେ ଖୋଲିଥିବା ଆଦର୍ଶ ବିଦ୍ୟାଳୟର ବିଧି ବ୍ୟବସ୍ଥା କ’ଣ ସେ ନେଇ ବ୍ଲକ ଶିକ୍ଷାଧିକାରୀ ସୂଚନା ଦିଅନ୍ତୁ ବୋଲି କହିଥିଲେ । ସେହିପରି ଶ୍ରୀ ପଲେଇ ବ୍ଲକର ବିଭିନ୍ନ ଅଙ୍ଗନୱାଡ଼ି କାର୍ଯ୍ୟ ସୁପରିଚାଳନା ଉପରେ ସିଡିପିଓ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ ।
ବାହାବଳପୁର ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ ଯୋଗଦେଇ ମାଟିଆସାହି ପୋଲ ଓ ଶଙ୍କରପୁର ପୋଲକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦାବି କରିଥିଲେ । ଫତେପୁର ସରପଞ୍ଚ ପ୍ରଦୀପ ବଳ ଯୋଗ ଦେଇ ପଞ୍ଚାୟତର କାର୍ଯ୍ୟାଳୟ ନିର୍ମାଣର ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବୋଡ଼କ ସମିତିସଭ୍ୟ ଜୟପ୍ରକାଶ ମଲ୍ଲିକ ବୋଡ଼କ ୟୁଜିଏମଇ ସ୍କୁଲର ଅପ୍ଗ୍ରେଡ଼େସନ ପରେ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ ବୋଲି ମଧ୍ୟ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପଞ୍ଚାୟତ ସମିତିର ତିହିଡ଼ି-ତଳଦୁମୁକା ରାସ୍ତା ନିର୍ମାଣ ଓ ମରାମତି ହୋଇପାରୁ ନାହିଁ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଦାସ ଅଭିଯୋଗ କରିଥିଲେ । ସର୍ବୋପରି ପଞ୍ଚାୟତ ସମିତି ବୈଠକକୁ ନିମନ୍ତ୍ରିତ ବିଭାଗୀୟ କେତେକ ଅଧିକାରୀ ଆସୁନଥିବାରୁ ବୈଠକରେ ସମସ୍ତ ସଦସ୍ୟ କ୍ଷୋଭ ପ୍ରକାଶ କରିବା ସହିତ ଏ ନେଇ ଜିଲାପାଳଙ୍କୁ ବିଡିଓ ଅବଗତ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ସୁମତୀ ସେଠୀ, ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, କୈଳାସ ପରିଡ଼ା, ଚକ୍ରଧର ଦାସ, ସଂଜୀବ ବେହେରା, ପୁଷ୍ଠାଞ୍ଜଳି ଲେଙ୍କା, ସୁପ୍ରଭା ପାଣି, ଜୟଶ୍ରୀ ବେହେରା, କୁନ୍ତଳା ମଳିକ, ପ୍ରେମଲତା ବିଶ୍ୱାଳ, ଯଶୋଦା ମଳିକ, ଦିପ୍ତୀମୟୀ ନାୟକ, ଶୁଭ୍ରନାରାୟଣ ସେଠୀ, ପ୍ରଭାତ ମିଶ୍ର, ପବିତ୍ର ମୋହନ ମଳିକ, ମାମିନା ଜେନା, ନିହାରିକା ବିଶ୍ୱାଳ, ଗୌରମଣି ପାଣିଗ୍ରାହୀ, ଗୌରୀଶଙ୍କର ଜେନା, କିର୍ତ୍ତୀଚନ୍ଦ୍ର ସେଠୀ, ରୀତାଂଜଳି ଶତପଥି, ସମିତିସଭ୍ୟ ଶୁକଦେବ ମଲିକ, ମାଧବୀଲତା ଭୋଇ, ନକୁଳ ବାରିକ, ଭାଗିରଥି ମଳିକ, ତିଳୋତ୍ତମା ବେହେରା, ମଧୁସ୍ମିତା ରାଉତ, କୈଳାସ ମାଝୀ, ଧର୍ମାନନ୍ଦ ବେହେରା, ମଧୁସ୍ମିତା ନାୟକ, ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରାକାର ଜେନା, ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ବ୍ଲକ କୃଷି ଅଧିକାରୀ ରଘୁନାଥ ପତି, ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ, ସିଡିପିଓ ସଂଗୀତା ସିଂ, ଆକାଉଣ୍ଟସ ଅଫିସର ସୌମ୍ୟ ନନନ୍ଦନ ପଟ୍ଟନାୟକ, ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସ, ଆବାସ ଯୋଜନା ଅଧିକାରୀ କୌଶିକ ଗିରି, ଏମଜି ଏନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ବରିଷ୍ଠ କିରାଣୀ ସୁଧାଂଶୁ ପୋଥାଳ, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ଲଲାଟେନ୍ଦୁ ପାଲ, ସମୀର ରଂଜନ ରାଉତ, ସମୀର ମାନ୍ନା, ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା, ଗ୍ରାମଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନ ଶୃଙ୍ଖଳାର ପରିସ୍ଥିତିକୁ ଲକ୍ଷ୍ୟ କରି ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜ୍ଙ୍କ ନିର୍ଦ୍ଦେଶରେ ଏସଆଇ ଅରୁନ୍ଧତୀ ବେହେରା, ପ୍ରଣବ କୁମାର ଗିରି, ଏସଏସଆଇ ଶ୍ରୀକାନ୍ତ ନାୟକ, ହାବିଲଦାର ନକୁଳ ସେନାପତି ପ୍ରମୁଖଙ୍କ ସହିତ କନେଷ୍ଟବଳମାନେ ଉପସ୍ଥିତ ଥିଲେ ।