Home ଜିଲ୍ଲା ପରିକ୍ରମା ତିହିଡ଼ି ଅଲେଖ ମହିମା ମଠରୁ ଚୋରି ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ, ନଗଦ ୧ଲକ୍ଷ...

ତିହିଡ଼ି ଅଲେଖ ମହିମା ମଠରୁ ଚୋରି ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ, ନଗଦ ୧ଲକ୍ଷ ୬୮ ହଜାର ଟଙ୍କ ସମେତ ୨ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର ଜବତ

19

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଥିବା ଅଲେଖ ମହିମା ମଠରୁ ଗତ ଫେବୃୟାରୀ ୫ତାରିଖ ରାତିରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି ହୋଇ ଥିବା ଘଟଣାରେ ପୁଲିସ ଆଉ ୪ଜଣ ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି । ଏଥି ସହିତ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୧ଲକ୍ଷ ୬୮ ହଜାର ଟଙ୍କ ସମେତ ୨ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ସୁନା ଚେନ୍ ଓ କାନଫୁଲ ଜବତ କରାଯାଇଛି । ଏହା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି ଆଲୋଚନା ହେଉଛି । ତିହିଡ଼ି ଥାନା ଏସଆଇ ତଥା ଘଟଣାର ତଦନ୍ତକାରୀ ଅଫିସର ଅରୁନ୍ଧତୀ ବେହେରା ଘଟଣାକୁ ଅତ୍ୟନ୍ତ ତୀକ୍ଷ୍ଣ ଦୃଷ୍ଟି ଦେଇ ଅନୁସନ୍ଧାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଚୋରି ଟଙ୍କା ଜବତ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଂଶଡ଼ା ଥାନା ଅଧିନ ଖଦାଳପୋଖରୀ ଗ୍ରାମର ମିଲନ ଦାସ, ଶ୍ରବଣା ନାଥ, ସତ୍ୟଭାମା ନାଥ ଓ ଧାମରା ଅଞ୍ଚଳର ରଶ୍ମିତା ଦାସ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାରେ ଏବେ ସୁଦ୍ଧା ମୋଟ ୮ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ୩ତାରିଖରେ ଢେଙ୍କାନାଳ ସ୍ଥିତ ଯୋରନ୍ଦା ଗାଦିକୁ ପୂର୍ଣ୍ଣମୀ ଉପଲକ୍ଷେ ମଠର ବାବାଜୀ ଗଣେଶ ଦାସ ଯାଇଥିଲେ । ସେ ଫେବୃଆରୀ ୬ତାରିଖ ସୋମବାର ମଧ୍ୟାହ୍ନ ୧ଘଟିକା ସମୟରେ ଯୋରନ୍ଦାରୁ ଫେରି ମିର୍ଜାପୁର ମଠରେ ପହଞ୍ôଚ ଥିଲେ । ମଠରେ ପହଞ୍ôଚବା ପରେ ଦେଖିଥିଲେ ଯେ ମଠର ଗ୍ରୀଲ କଟାଯାଇ ଘର ଓ ବାକ୍ସ ତାଲା ଭାଙ୍ଗି ବାକ୍ସରେ ଗଚ୍ଛିତ ଥିବା ଦାନ ଭିକ୍ଷା ଓ ମଠର ଘରଭଡ଼ା ମିଶି ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଯାଇଛି । ପୂର୍ବରୁ ଏହି ମଠରେ ରହୁଥିବା ଜୟଦେବ ଦାସ ଟଙ୍କା ଚୋରି କରିଥିବା ନେଇ ମଠର ବାବାଜୀ ଶ୍ରୀ ଦାସ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ କେଶ ନଂ ୬୫/୨୩ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଫିସର ଅରୁନ୍ଧତୀ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.