ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡିତ ଥିବା ରଜ ପର୍ବ ଅବସରରେ ରଜ ମହୋତ୍ସବ ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ପକ୍ଷରୁ ତିହିଡି ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଲୋକ ଲୋଚନକୁ ଅଣାଯାଇ ପାରୁଛି ବୋଲି ବକ୍ତାମାନେ ମତ ରଖିଥିଲେ ସଂଗଠନର ଉପଦେଷ୍ଟା ସମାଜସେବୀ ଶଚିକାନ୍ତ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନର ଅଧ୍ୟକ୍ଷ ଅମରେଶ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ତିହିଡି ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼. ଲକ୍ଷ୍ମୀଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ତିହିଡି ଥାନା ଅଧିକାରୀ ଏମଡି. ହାଫିଜ, ଯୁବସମାଜସେବୀ ସିଦ୍ଧାର୍ଥ ସ୍ଥିତପ୍ରଜ୍ଞ, ସମାଜସେବୀ ରବିନ୍ଦ୍ର ପଲେଇ, ଉପସଭାପତି ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ସୋସିଆଲ ମିଡ଼ିଆ ସଂଯୋଜକ ଯୁବସମାଜସେବୀ ନିରଂଜନ ବାରିକ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସାଂସ୍କୃତିକ ସଂଯୋଜକ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି କୈଳାସ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଟ୍ରିକ ବ୍ଲକ ଟପ୍ପର ସୁଶ୍ରୀ ସଂଗୀତା ଦାସ, ସସ୍ମିତା ମାଝୀ, ଅଭିଜିତ ବଳଙ୍କୁ ମେଧାସମ୍ମାନ ପ୍ରଦାନ କରାଯାଇଥିଲା ଏହା ସହ ବିନାୟକ ଶିକ୍ଷାନୁଷ୍ଠାନ ତରଫରୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା କ୍ଷ ଶିକ୍ଷାବିତ ସୋମନାଥ ପାଢ଼ୀ, ବ୍ଲକ ପ୍ରାଣିଧନ ଚିକିତ୍ସା ଅଧିକାରୀ ଡ଼. ନିରାକାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସାମାଜିକ ସଂଗଠନ ଇଣ୍ଡିଆନ ୱାରିୟର୍ସକୁ ମଧ୍ୟ ସମ୍ମାନିତ କରାଯାଇଥିଲା ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ପୁସ୍ତକ “ଅଭୁଲା ଦିନ ଆଜିର ଜୀବନ’ ଲୋକାର୍ପିତ ହୋଇଥିଲା । ଅନୁଷ୍ଠିତ ଦ୍ୱିତୀୟ ଅଧିବେସନରେ ମେହେନ୍ଦି ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ପୂର୍ଣ୍ଣତୋୟା ମହାପାତ୍ର ପ୍ରଥମ, ପୂର୍ଣ୍ଣଶ୍ରୀୟା ମହାପାତ୍ର ଦ୍ୱିତୀୟ, ଲକ୍ଷ୍ମୀପ୍ରିୟା ମହାଳିକ ତୃତୀୟ ଏବଂ କନିଷ୍ଠ ବର୍ଗରେ ଶୁଭଲକ୍ଷ୍ମୀ ସାମଲ ମୃଣାଳୀ ମୌସୁମୀ ଦାସ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ । ନୃତ୍ୟ ପ୍ରତିଯୋଗୀତାରେ ବରିଷ୍ଠ ବର୍ଗରେ ପ୍ରାସାଦରତ୍ନ ପଣ୍ଡା ପ୍ରଥମ, ନବୀନ କିରଣ ଦାସ ଦ୍ୱିତୀୟ ସାର୍ଥକ ନାୟକ ତୃତୀୟ ଏବଂ କନିଷ୍ଠ ବର୍ଗରେ ଶୁଭଶ୍ରୀ ଦାସ ପ୍ରଥମ କ୍ଷୀରାଦ୍ଦି ତନୟା ପଣ୍ଡା ଦ୍ୱିତୀୟ ଅନନ୍ୟା ପ୍ରିୟ ଦର୍ଶନୀ ମଲ୍ଲିକ ତୃତୀୟ ହୋଇଥିଲେ ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ପ୍ରଦାନ କରାଯାଇଥିଲା । ମେହେନ୍ଦିରେ ବିଚାରକ ଭାବେ ବିଶ୍ୱମୈତ୍ରୀ ନାୟକ, ଜୟନ୍ତ ନାୟକ ନୃତ୍ୟରେ ନୃତ୍ୟ ପ୍ରଶିକ୍ଷିକା ପ୍ରଗତିକା ଦାସ ନାଟ୍ୟଶ୍ରୀ ମିର୍ମଳ ରାଉଳ, ପ୍ରଦୀପ ବେହେରା, ଶ୍ରୀକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନ ପକ୍ଷରୁ ଦିଲୀପ ପତି ସୌମ୍ୟଗୋପାଳ ନାୟକ, ସୁମନ ଶେଖର ଦୀକ୍ଷିତ,ଶୁଭମ, ସାଗର ଶିଅଳ , ସତ୍ୟବାଦୀ କୁଣ୍ଡ, ଅଭିଲପ୍ସା ପାଢ଼ୀ, ରେଣୁବାଳା ନାଥ, ଅନୁରାଗ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।