ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଳମ୍ବରେ ହେଲେ ମଧ୍ୟ ତିହିଡି ବାସୀଙ୍କର ଦୀର୍ଘଦିନର ଦାବୀକୁ ରାଜ୍ୟ ସରକାର ପୂରଣ କରିଛନ୍ତି । ଭଦ୍ରକ ଜିଲା ତିହିଡି ବ୍ଲକ୍ରେ ବହୁଦିନ ଧରି ଖାଲି ପଡିଥିବା ବିଡିଓ ପଦବୀରେ ନୂତନ ବିଡିଓ ଭାବେ ବସନ୍ତ କୁମାର ସାହାଣୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ତିହିଡି ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଏବଂ ଉପାଧ୍ୟକ୍ଷା ମାନସ ପାଠୀ ଉପସ୍ଥିତ ରହି ନବନିଯୁକ୍ତ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅତିରିକ୍ତ ବିଡିଓ ଭାବେ ଦାୟିତ୍ୱରେ ଥିବା ଶ୍ରୀ ପଣ୍ଡା କହିଥିଲେ ଯେ ତିହିଡି ବ୍ଲକ୍କୁ ଆଉ ଜଣେ କୋଭିଡ୍ ଯୋଦ୍ଧା ମିଳିଲେ ଏବଂ ସମସ୍ତେ ଏକାଠି ହୋଇ କରୋନା ମହାମାରୀକୁ ହରାଇବା ପାଇଁ ଦୃଢ ପରିକର ହେବା ଉଚିତ୍ ।