Home ଅନୁଗୁଳ ତାଳଚେର ନିର୍ବାଚନମଣ୍ଡଳୀର ୪୫ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ

ତାଳଚେର ନିର୍ବାଚନମଣ୍ଡଳୀର ୪୫ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ

34

ତାଳଚେର, ୨୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୪୫ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣିହାଁ ବ୍ଲକର ଗଦାଶିଳା ପଂଚାୟତରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କ ସହ ମିଶି ମନ କୀ ବାତ ଶୁଣିଥିଲେ। ତାଳଚେର ବ୍ଲକର ସମସ୍ତ ୨୧ଟି ପଂଚାୟତ, କଣିହାଁ ବ୍ଲକର ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ଟି ପଂଚାୟତ, ତାଳଚେର ପୌରାଂଚଳର ବିଭିନ୍ନ ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଓ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ବରିଷ୍ଠ ନେତା ଯଯାତି ପଟ୍ଟନାୟକ ତାଳଚେର ପୌରାଂଚଳ୨୦ ନମ୍ବର ୱାର୍ଡରେ ଏବଂ କାଳନ୍ଦୀ ପ୍ରଧାନ, ଯଶୋବନ୍ତ ଦାସ, ନିରୋଜ ଦାସ, ଜ୍ଞାନେନ୍ଦ୍ରୀୟ ସେଠି, ବାଲ୍ମୀକି ପ୍ରସାଦ କେଶରୀ, ସତ୍ୟବନ୍ତ ସାହୁ, ପୂର୍ଣଚନ୍ଦ୍ର ବେହେରା, ଅନୁପ ସେନଗୁପ୍ତ, ଅକ୍ଷୟ ବିଶ୍ୱାଳ କାଉନସିଲର ଅନିତା ବିଶ୍ୱାଳ କବିତା ବେହେରା ମିଲ୍ଲୀ ପ୍ରଧାନ ପ୍ରମୁଖ ନିଜ ନିଜ ୱାର୍ଡରେ କାର୍ଯ୍ୟକର୍ତାଙ୍କ ସହ ମନ କି ବାତ ଶୁଣିଥିଲେ। ରେଳ ମଣ୍ଡଳରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସରପଂଚ ସହଦେବ ସାହୁ, ସମାଜସେବୀ ତଥା ବିଜେପି ନେତା ବିଭୁତି ସାହୁ, ଉର୍ମିଳା ଦେହୁରୀ, ଶିବାନନ୍ଦ ଥମ୍ବ ପ୍ରମୁଖ ନିଜ ନିଜ ପଂଚାୟତରେ ଏହି କାର୍ଯ୍ୟକ୍ରମ କରି ମନ କି ବାତ ଶୁଣିଥିଲେ। ବ୍ରାହ୍ମଣୀ ମଣ୍ଡଳରେ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ସମିତି ସଦସ୍ୟା ସୁବର୍ଣ୍ଣା ସାହୁ, ପ୍ରାକ୍ତନ ସମିତି ସଦସ୍ୟ ଚୈତନ୍ୟ ପ୍ରଧାନ, ମଣ୍ଡଳ ସଭାପତି ନରେଶ ବେହେରା, ଅଜୟ ସାହୁ, ଦିବ୍ୟରଞ୍ଜନ ଦାସ, ସୁଶାନ୍ତ ପ୍ରଧାନ, ଖଇରା ପ୍ରଧାନ, କୃଷ୍ଣ ଦାସ, ହିଙ୍ଗୁଳା ମଣ୍ଡଳରେ ରାଜେନ୍ଦ୍ର ସିଂହ, ମାନସ ସାହୁ, ସୁନୀଲ ବିଶ୍ୱାଳ, ଅଶୋକ ବିଶ୍ୱାଳ, ପ୍ରଶାନ୍ତ ସାହୁ ଗୋପାଳି ସାହୁ, ସାରଶକ୍ତି ମଣ୍ଡଳରେ ପୁଲିନ ବିହାରୀ ନାୟକ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ, ଜସ୍ମିନ ପ୍ରଧାନ, ପ୍ରତିମା ଚୌଧୁରୀ, ଅଶୋକ ସିଂହ, ସନ୍ତୋଷ କୁମାର ମହାଶୂପକାର, ଅଜିତ କୁମାର ଲାରା, କଣିହାଁ ମଣ୍ଡଳ ରେ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ଲୋକନାଥ ପ୍ରଧାନ, ପ୍ରଶାନ୍ତ ସାହୁ, ତୁଷାରକାନ୍ତ ବେହେରା, ସୁଶାନ୍ତ ସାମଲ, ଡିଲେଶ୍ୱର ବେହେରା, କନିଷ୍କ କୁମାର ପ୍ରଧାନ, ନିରୋଜ କୁମାର ସାହୁ, ପ୍ରମୋଦ ଦାସ ସୁଲେନ ଧରଙ୍କ ସମେତ ସବୁ ପଂଚାୟତ ଓ ୱାର୍ଡ ସ୍ତରରେ ବରିଷ୍ଠ କାର୍ଯ୍ୟକର୍ତାମାନେ ନିଜ ନିଜ ମଣ୍ଡଳ ଓ ବୁଥ୍ ସ୍ତରରେ ଏହି କାର୍ଯ୍ୟକ୍ରମ କରିଥିଲେ। ତେବେ ଦିନକୁ ଦିନ ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ଏହି ଅବସରରେ ମତପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.