Home ଜିଲ୍ଲା ପରିକ୍ରମା ତାଇକୋଣ୍ଡରେ ଭଦ୍ରକ ଜିଲ୍ଲାରୁ ଜାତୀୟସ୍ତରରେ ଖେଳିବେ ତିନି ଖେଳାଳୀ

ତାଇକୋଣ୍ଡରେ ଭଦ୍ରକ ଜିଲ୍ଲାରୁ ଜାତୀୟସ୍ତରରେ ଖେଳିବେ ତିନି ଖେଳାଳୀ

17

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୧୭ ରୁ ୧୯ ତାରିଖ, ୩ଦିନ ବ୍ୟାପୀ ଓଡ଼ିଶା ତାଇକୋଣ୍ଡ ଆସୋସିଏସନ୍ (ପୁରୀ) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡ ଖେଳରେ ଭାଗ ନେଇ ଭଦ୍ରକ ଜିଲ୍ଲାର ଆରଡ଼ିଛକ ଠାରେ ଥିବା ଭଦ୍ରକ ତାଇକୋଣ୍ଡ ଟ୍ରେନିଙ୍ଗ ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ସବ୍ୟସାଚୀ ବେହେରାଙ୍କ ନତୃତ୍ୱରେ ସୁଦୀପ୍ତା ବାରିକ୍ ଗୋଲଡ଼ ମେଡ଼ାଲ, ସ୍ୱୟଂ ପ୍ରକାଶ ସାହୁ ବ୍ରୋଞ୍ଚ ମେଡ଼ାଲ, ଆଶୁତୋଷ ସାହୁ ବ୍ରୋଞ୍ଚ ମେଡ଼ାଲ ହାସଲ କରି ନେସନାଲ ଲେବୁଲ ଖେଳିବା ପାଇଁ ସିଲେକ୍ଟ ହୋଇଛନ୍ତି । ଭଦ୍ରକ ଜିଲ୍ଳାର କୋରକୋରା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ପୋର୍ଟ ଇନ୍ ଚାର୍ଜ ଏସ୍ ରାଉତ ଏବଂ ପ୍ରିନ୍ସିପାଲ ପଦ୍ମାବତୀ ଦ୍ୱିବେଦୀ କ୍ରୀଡ଼ାବିତ୍‌ମାନଙ୍କୁ ଧନ୍ୟବାଦ ଅର୍ପଣ ସହ ଶୁଭକାମନା ଜଣାଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ ଶ୍ରେଣୀ ୭ରେ ଅଧ୍ୟୟନରତ୍ତ ଗୋଲ୍‌ଡ଼ ମେଡ଼ାଲିଷ୍ଟ ସୁଦୀପ୍ତା, ଅବସରପ୍ରାପ୍ତ ଶିକ୍ଷକ ପୀତବାସ ବାରିକ୍‌ଙ୍କର ଏକମାତ୍ର ନାତୁଣୀ ତଥା ଭଗବାନ ବାରିକ, ଫାଇନାନ୍ସ ଏକ୍ସପର୍ଟ, ପ୍ଲାନିଙ୍ଗ କାର୍ଯ୍ୟାଳୟ ଏବଂ ସସ୍ମିତା ବେହେରା ଆସିଷ୍ଟାଣ୍ଟ ମ୍ୟାନେଜର, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କୋର୍ବାଙ୍କର ଏକମାତ୍ର କନ୍ୟା ଅଟେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.