Home ଜିଲ୍ଲା ପରିକ୍ରମା ତଗିରାଠାରେ ଛାୟା ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ , ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ଓ ପିଲାମାନଙ୍କୁ ସ୍ଲେଟ...

ତଗିରାଠାରେ ଛାୟା ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ , ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ଓ ପିଲାମାନଙ୍କୁ ସ୍ଲେଟ ଖାତା ବଣ୍ଟନ

21

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଣିତାଲ ତଗିରାମହାନ୍ତି ସାହିଠାରେ ବିଦାୟ ପୁରୁଣାବର୍ଷ ୨୦୨୦ ଓ ୨୦୨୧ନବବର୍ଷର ଆଗମନ ନେଇ ଛାୟା ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ସ୍ୱଛଭାରତ ଅଭିଯାନ ଓ ଯୋଗ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଓଡିଶା ତେଜସ୍ୱନୀ ସଂଗଠନର ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ସମ୍ମାନୀତ ଅତିଥିଭାବେ ରାଣିତାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋରମା ରାୟ,କବୟତ୍ରୀ ଚୈତାଳି ଖିଲାର, ସଂଗୀତା ମହାନ୍ତି ରୋଜାଲିନୀ ମହାନ୍ତି ,ପ୍ରାୟଦର୍ଶନୀ ମହାନ୍ତି,ମାନଗୋବିନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଯୋଗ ର ଉପକାରିତା ଉପରେ କହିଥିଲେ । ସ୍ୱଛତା ଯୋଗୁ ନିଜେ ସୁସ୍ଥ ରହିବା ସହିତ ପାଖଆଖ ପରିବେଶ ସୁସ୍ଥ ରହିବ ଫଳରେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ପ୍ରବଳ ଶୀତପାଇଁ ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା । ପିଲାମାନଙ୍କୁ ସ୍ଲେଟ,ଖାତା ମଧ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ବିଦାୟ୨୦୨୦ ମସିହା ଓ ନୂତନବର୍ଷ୨୦୨୧ ମସିହାକୁ ସ୍ୱାଗତ କରାଯାଥିଲା । ଯାଜ୍ଞସେନୀ ଗ୍ରୁପ ଦ୍ୱାରା ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ଶୁଭସ୍ମିତା ସୁନ୍ଦର ସୁନ୍ଦର ସଂଗୀତ ଗାନକରି ଦର୍ଶକଙ୍କ ମନକୁ ମୋହିଥିଲେ । ପ୍ରସିଦ୍ଧ ଚିତ୍ରଶିଳ୍ପୀ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.