Home ଜିଲ୍ଲା ପରିକ୍ରମା ଡ. ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗୌହାଟୀରେ ବିଶ୍ୱସଂସ୍କୃତ ସମ୍ମେଳନ ଆୟୋଜିତ

ଡ. ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗୌହାଟୀରେ ବିଶ୍ୱସଂସ୍କୃତ ସମ୍ମେଳନ ଆୟୋଜିତ

69

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ସଂସ୍କୃତ ସଂଘଟନ, ପୋଲାଣ୍ଡର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ମଙ୍ଗଳଦଇ, ଗୌହାଟୀରେ ତିନିଦିନିଆ ବିଶ୍ୱ ସମ୍ମେଳନ ୨୭., ୨୮, ୨୯ ତାରିଖରେ ଆୟୋଜିତ ହୋଇଯାଇଛି । ଭାରତ ଓ ବିଦେଶରୁ ସମାଗତ ପଞ୍ଚ ସହତ୍ସାଧିକ ବିଦ୍ୱାନ୍ ଓ ସଂସ୍କୃତାନୁରାଗୀଙ୍କ ଉପସ୍ଥିତିରେ ବିଶ୍ୱ ପ୍ରସିଦ୍ଧ ଅକ୍ଷର ପୁରୁଷୋତ୍ତମ ସଂସ୍ଥାର ଅଧ୍ୟକ୍ଷ ସ୍ୱାମୀ ଭଦ୍ରେଶ ଦାସ ଓ ଆସାମର ମହା ମହିମ ରାଜ୍ୟପାଳ ଶ୍ରୀ ଗୁଲାବଚାନ୍ଦ କଟାରିଆ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୋତ୍ସବ ପୂର୍ବରୁ ସମସ୍ତ ରାଷ୍ଟ୍ରଶାଖା ଓ ପ୍ରଦେଶ ଶାଖାର ମୁଖ୍ୟଗଣ ୭୦ଟି ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ରାୟ ୫୦୦୦ ଲୋକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ମଙ୍ଗଳଦଇ ନଗର ପରିକ୍ରମା କରିଥିଲା । ତିନିଦିନ ଧରି କାର୍ଯ୍ୟକ୍ରମରେ ସଂସ୍କୃତନାଟକ, ସଂସ୍କତ କବି ସମ୍ମେଳନ ବିବିଧ ନୃତ୍ୟ, ଗ୍ରନ୍ଥଲୋକାର୍ପଣ ଓ ସମ୍ମାନ ସମାରୋହ ସହିତ ଏକ ଅନ୍ତରାଷ୍ଟ୍ରୀୟ ଆଲୋଚନା ଚକ୍ର ବିଶ୍ୱହିତାୟ ସଂସ୍କୃତମ୍ ପ୍ରଫେସର ଗୋକୁଳେନ୍ଦ୍ର ନାରାୟଣ ଦେବ ଗୋସ୍ୱାମୀଙ୍କ ଅଧ୍ୟକ୍ଷତା୍‌ରେ ଆୟୋଜିତ ହୋଇଥିଲା । ଓଡ଼ିଶାର ୧୭୧ ଜଣ ବିଦ୍ୱାନ୍ ଭାଗ ନେଇଥିବା ବେଳେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଗଣ କୃଷ୍ଣ ସାରସ୍ୱତମ୍ ସଂସ୍କୃତ ନାଟକ ମଞ୍ଚସ୍ଥ କରିଥିଲେ । ଭଦ୍ରକ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ଯୋଗଦେଇ ସମ୍ମାନିତ ହୋଇଥିଲେ ଏବଂ ତାଙ୍କର ଗ୍ରନ୍ଥକୁ ଲଣ୍ଡନ ଓ ପୋଲାଣ୍ଡରୁ ସମାଗତ ଡ. ଲୁସି ଗେସ୍ତ ଓ ଡ. ଫିଲିପରୁଷିନିସ୍କ ଲୋକାର୍ପିତ କରିଥିଲେ । ମୁଖ୍ୟ ଆୟୋଜକ ଲୋକ ଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ମହା ସଚିବ ଶ୍ରୀ କୁଶଳ କଲିତାଙ୍କୁ ସମସ୍ତେ ଶାଖା ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.