ହାଟଡିହି ୧୪ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ ଅଞ୍ଚଳରେ ବେଆଇନି ବାଲି ଉତ୍ତୋଳନକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । ଏଠାରେ ଦୁଇଟି ଲିଜ ଘାଟ ଥିଲେବି କିଛି ବାଲି ମାଫିଆ ଗ୍ରାମବାସୀଙ୍କୁ ହାତବାରିସି କରି ବିଭିନ୍ନ ଘାଟରେ ବେଆଇନି ବାଲି ଉତ୍ତୋଳନ କରୁଥିଲେ । ଦୈନିକ ଶହଶହ ବେଆଇନି ବାଲି ବୋଝେଇ ଗାଡି ଯତାୟତ ଦ୍ୱାରା ଏ ଅଞ୍ଚଳର ଲୋକମାନେ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଭୋଗୁଥିଲେ । ଫଳେ ସାଧାରଣରେ ଦିନକୁ ଦିନ ଅଞ୍ଚଳଟିରେ ଅସନ୍ତୋଷ ବଢ଼ିବା ସହ ଉତ୍ତେଜନା ଲାଗି ରହୁଥିଲା । ଏହକୁନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । ଆସନ୍ତାକାଲି ୧୪୪ଧରା ଅଞ୍ଚଳରେ ନାଲି ପତାକା ଲଗାଯିବ ବୋଲି ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି ।