କୋରାପୁଟ ୧୫-୦୫(ଓଡିଆ ପୁଅ /ରଂଜନ ଦାସ )ପୋଲିସ ମହା-ନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ସୁନାବେଡାରେ ନକ୍ସଲ ଦମନ, ଚୋରା ଗଂଜେଇ ଚାଲାଣ , କୋଭିଡ ସ୍ଥିତି ଓ ଆନ୍ଧ୍ରପ୍ରଦେଶ ସୀମା ସିଲ ସଂପର୍କ ଉପରେ ସମୀକ୍ଷା କରିଥିବା ଜଣାପଡିଛି । ପୋଲିସ ନକ୍ସଲ ବିରୋଧିି ଅଭିଯାନ ଯୋଗୁଁ କୋରାପୁଟ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ । ଚୋରା ଗଂଜେଇ ଚାଲାଣକାରୀଙ୍କ ବିରୁଦ୍ଧରେ କୋରାପୁଟ ଜିଲ୍ଲା ପୋଲିସ ସଫଳତା ପାଇଥିବାରୁ ପ୍ରଶଂସା କରିଥିଲୋ । ସେହିପରି କୋଭିଡ ସଂଗ୍ରାମରେ ଜିଲ୍ଲା ପୋଲିସର ମନୋବଳ ଦୃଢ ରହିଥିବା ସେ ସୂଚନା ଦେବା ସହ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ । ସମୀକ୍ଷା ବୈଠକରେଏଡିଜି ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା,ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟ ଏସପି ବରୁଣ ଗୁଣ୍ଠାପାଲ୍ଲି ପ୍ର୍ରମୁଖ ଉପସ୍ଥିତ ଥିଲେ ।