Home ଜିଲ୍ଲା ପରିକ୍ରମା ଠିକା କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଠିକା କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

27

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ଦୀର୍ଘବର୍ଷ ଧରି କାମ କରୁଥିବା ସଫେଇ କର୍ମଚାରୀମାନେ ସର୍ବନିମ୍ନ ମଜୁରୀ ପାଉନାହାଁନ୍ତି । ସଫେଇ କାର୍ଯ୍ୟରେ ଆବଶ୍ୟକ ଯନ୍ତ୍ରପାତି, ପୋଷାକ ଆଦି ଯୋଗାଇ ଦିଆଯାଉନାହିଁ । ଏହାବ୍ୟତୀତ ଇପିଏଫ୍‌, ଇଏସ୍‌ଆଇ ସହ ଓଭର ଡ୍ୟୁଟି କରିଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ସରକାରଙ୍କର ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ଅବିଚାରକୁ ବିରୋଧ କରି ଭଦ୍ରକ ପୌରପାଳିକା ଠିକା କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲା ପ୍ରଶାସନର ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିଗୁଡିକ ହେଲା ଠିକା କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଦେବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପିଏଫ୍ ଇଏସ୍‌ଆଇ ବୋନସ ପ୍ରଦାନ ସହ ଯନ୍ତ୍ରପାତି, ପୋଷାକ, ଜୋତା ଓ ଟୋପି, ସାବୁନ ଆଦି ସଫେଇ ସାମଗ୍ରୀ ଯୋଗାଇ ଦେବାପାଇଁ ଦାବି କରାଯାଇଛି । ସେହିପରି ସଫେଇ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା, ମହିଳାମାନଙ୍କୁ ପ୍ରସୂତିକାଳୀନ ଛୁଟି ପ୍ରଦାନ କରାଯିବା ସହ ଠିକା କର୍ମଚାରୀ ୬ ମାସ କରିବା ପରେ ସେମାନଙ୍କୁ ହାଇସ୍କିଲ୍ଡ କର୍ମଚାରୀ ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ଏହାବ୍ୟତୀତ ପେନସନର ବ୍ୟବସ୍ଥା ସହ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ପୌରପାଳିକା ଠିକା କର୍ମଚାରୀ ସଂଘର ସଭାପତି ଦିବ୍ୟସିଂହ ନାୟକ, ଉପସଭାପତି ରାଧା ଦାସ, ସାଧାରଣ ସଂପାଦକ ଶିବ ମୁଖୀ, ଅଜୟ ଶ୍ରେଷ୍ଠା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.