Home କେନ୍ଦ୍ରାପଡ଼ା ଠିକାଦାରଙ୍କ ଖେଳ ଆଦିବାସୀ ପିଲାଙ୍କ ପାଇଁ ହେଲା କାଳ : ମାଟି ଅତଡ଼ା ଧସି ଦୁଇ...

ଠିକାଦାରଙ୍କ ଖେଳ ଆଦିବାସୀ ପିଲାଙ୍କ ପାଇଁ ହେଲା କାଳ : ମାଟି ଅତଡ଼ା ଧସି ଦୁଇ ଆଦିବାସୀ ନାବାଳକ ମୃତ

46

କେନ୍ଦ୍ରାପଡା, ୯ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ଠିକାଦାରଙ୍କ ଦ୍ୱାରା ବେଆଇନ୍ ଭାବେ ମାଟି ଖୋଳାଯାଇ ରାସ୍ତା କାମରେ ବ୍ୟବହାର କରାଯିବା ଯୋଗୁଁ ଦୁଇ ଆଦିବାସୀ ପିଲାଙ୍କ ପାଇଁ ତାହା କାଳ ହୋଇଥିବା ଦେଖାଯାଇଛି। ଯେଉଁ ସ୍ଥାନରୁ ଠିକାଦାର ମାଟି ଖୋଳୁଥିଲେ ସେହି ସ୍ଥାନରେ ମାଟି ଧସି ଯିବାରୁ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ପଞ୍ଚାୟତର ମାଗୁରଗଣ୍ଡପାଟଣା ଗ୍ରାମର ବିରିବାଟି ଦଣ୍ଡାରେ ରହୁଥିବା ଦୁଇ ଆଦିବାସୀ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଦ୍ୱୟ ହେଲେ ବୁଲା ଜଙ୍କଙ୍କ ପୁଅ ମାନ ଜଙ୍କ(୮) ଓ ବୁଦୁରିଆ ଚାମ୍ପିଆଙ୍କ ପୁଅ ଶାରଦା ଚାମ୍ପିଆ(୧୩)। ଖବର ଅନୁଯାଇ ମାଗୁରଗଣ୍ଡପାଟଣାରୁ ନାନକାର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ସେହି ରାସ୍ତା କାମରେ ମାଟି ବ୍ୟବହାର ପାଇଁ ଠିକାଦାର ଜଣକ ନିକଟ ଏକ ସ୍ଥାନରୁ ଚୋରାରେ ମାଟି ତାଡୁଥିଲେ। ଯେଉଁଠାରୁ ଚୋରାରେ ମାଟି ତାଡିଥିଲେ ସେହି ସ୍ଥାନକୁ ଏକ ପୋଖରୀ ଭଳି କରି ଦେଇଥିଲେ। ସେହି ସ୍ଥାନରେ ବିରିବାଟୀ ଦଣ୍ଡାରେ ରହୁଥିବା ବୁଲା ଜଙ୍କଙ୍କ ପୁଅ ମାନ ଜଙ୍କ, ବୁଦୁରାମ ଚମ୍ପିଆଙ୍କ ପୁଅ ଶାରଦା ଚମ୍ପିଆଙ୍କ ସମେତ ୬ ଜଣ ନାବାଳକ ଖେଳୁଥିଲେ। ସେହି ସମୟରେ ମାଟି ଅତଡ଼ା ଧସିଥିଲା। ଫଳରେ ତାହା ପିଲାମାନଙ୍କ ଉପରେ ଅଜାଡି ହୋଇ ପଡିଥିଲା। ଏହାପରେ ଖାଲରୁ ୪ ଜଣ ପିଲା ଜୀବନ ବିକଳରେ ଉଠି ଯାଇଥିଲେ। ହେଲେ ଦୁଇ ଜଣ ପିଲା ସେଠାରେ ଫସି ରହି ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ପିଲାଦ୍ୱୟ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାପରେ ଉକ୍ତ ସ୍ଥାନରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ପିଲା ଦ୍ୱୟଙ୍କୁ ମୃତଘୋଣା କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଆଲୋଡନ ସୃଷ୍ଟି ହେଇଛି। ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛି ପୋଲିସ। ଅଭିଯୁକ୍ତ ଠିକାଦାରକୁ ତୁରନ୍ତ ଗିରଫ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି। କେତେକ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ ଠିକାଦାର ମାଟି ଉଠାଇବା ପାଇଁ ଗାତ ଖୋଳିନଥିଲେ ଦୁଇ ନିରିହ ପିଲାଙ୍କ ଜୀବନ ଏଭଳି ଭାବରେ ଚାଲିଯାଇ ନଥାନ୍ତା। ମୃତ୍ୟୁ ଘଟିଥିବା ପିଲାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି। ଏଥିସହ ସଂପୃକ୍ତ ଠିକାଦାରଙ୍କୁ ତୁରନ୍ତ ଗିରଫ କରାଯିବାକୁ ମଧ୍ୟ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.