ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ଗ୍ରାମ ରେ ବାହାନଗାଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସମାଜସେବୀ ହରିହର ସାହୁଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ସ୍ମୃତି ଚାରଣ ସଭା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୟପୁର ର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଭରତ ଚରଣ ବାରିକ ଉପସ୍ଥିତ ରହି ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରି ଥିବା ବେଳେ ବିଶିଷ୍ଟ ସମାଜସେବୀ ଶ୍ରୀଧର ନାଥ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରି ଥିଲେ । ହରିହର ଜଣେ ସମାଜସେବୀ, ଅନୁଷ୍ଠାନ ପ୍ରେମୀ ଭାବେ କୁବେରା ଗ୍ରାମ ପଞ୍ଚାୟତର ଜଣାଶୁଣା ବ୍ୟକ୍ତି ଭାବେ ପରିଚିତ ବୋଲି ପ୍ରକାଶ ପାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ହରିହରର ସହପାଠୀ ଗଗନ ବିହାରୀ ପାଣିଗ୍ରାହୀ, ପ୍ରଦୀପ କୁମାର ଯେନା, ସଚ୍ଚିଦାନନ୍ଦ ସାମଲ, ଅଭୟ କୁମାର ନାୟକ, ସୁରେନ୍ଦ୍ର କୁମାର ପୃଷ୍ଟୀ, ଯୋଗେନ୍ଦ୍ର ସାହୁ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତି ଚାରଣ କରି ଥିଲେ । ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକ, ସମାଜସେବୀ ସନାତନ ସାହୁ, ବିଶିଷ୍ଟ କଣ୍ଠଶିଳ୍ପୀ କୃପାସିନ୍ଧୁ ସାହୁ, ଶିକ୍ଷାବିତ୍ ସ୍ମୃତିରଞନ ବାରିକ, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସ୍ୱାଇଁ, କନିଷ୍ଠ ଭ୍ରାତା ନରହରି ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରି ଥିଲେ ।