ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ନୟାଗଡ ଲୋକାଲ ଟ୍ରେନ୍ରେ ଚଢିବାକୁ ଯାଇ ଜଣେ ଛାତ୍ରୀ ଗୁରୁତର ଭାବେ କଟକ ସ୍ଥାନାନ୍ତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କେନ୍ଦୁଝର ଜିଲା ସୋସୋ ଥାନା ଅଧୀନସ୍ଥ ବଣିଆପଙ୍କ ଗ୍ରାମର ଶିଶିର ନାୟକଙ୍କ ୨୫ ବର୍ଷର କନ୍ୟା ନିବେଦିତା କଟକରେ ସିଟି ପଢୁଥିବାବେଳେ ଭଦ୍ରକ ସହରର ଜାନୁଗଞ୍ଜସ୍ଥିତ ହର ମେସ୍ରେ ନିଜର ସହପାଠୀଙ୍କ ସହ ରହିଆସୁôଥଲା । ସେ କଟକକୁ ସିଟି ସାର୍ଟିଫିକେଟ୍ ପାଇଁ ଭଦ୍ରକ-ନୟାଗଡ ଲୋକାଲ ଟ୍ରେନ୍ରେ ବାଉଦପୁର ଷ୍ଟେସନରୁ ଯିବା ପାଇଁ ନିଜର ସହପାଠୀଙ୍କୁ କହିଥିଲା । ତେବେ ସକାଳ ୫.୫୦ ରେ ଷ୍ଟେସନରେ ପହଞ୍ôଚବା ବେଳକୁ ଟ୍ରେନ୍ ଛାଡିଦେଇଥିଲା । ନିବେଦିତା ଟ୍ରେନ୍ଟିରେ ଚଢିବା ପାଇଁ ଉଦ୍ୟମ କରୁଥିବାବେଳେ ଲାଇନ୍ରେ ଖସି ପଡିଥିଲେ । ଫଳରେ ତାଙ୍କର ଡାହାଣଗୋଡ ପାଦତଳୁ କଟିଯାଇଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଦ୍ରକ ଓ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।