Home ଜିଲ୍ଲା ପରିକ୍ରମା ଟ୍ରଲି ବ୍ୟବସାୟୀଙ୍କୁ ଥଇଥାନ ଦାବି

ଟ୍ରଲି ବ୍ୟବସାୟୀଙ୍କୁ ଥଇଥାନ ଦାବି

31

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳରେ ୨ରୁ ୩ଶହ ଟ୍ରଲି ବ୍ୟବସାୟୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି । ପୌର କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ପ୍ରତ୍ୟେକ ଦିନ ୧୦ଟଙ୍କା କରି ଆଦାୟ କରୁଛନ୍ତି ଓ ଲାଇସେନ୍ସ ପ୍ରଦାନ କରିଛନ୍ତି । କିନ୍ତୁ ଗତ ୨୧ ତାରିଖ ପୌର କର୍ତ୍ତୃପକ୍ଷ ୨ଟି ଟ୍ରଲିକୁ ଉଠାଇ ନେଇ ଯାଇଥିଲେ ଏହାର ପ୍ରତିବାଦରେ ସମସ୍ତ ଟ୍ରଲି ବ୍ୟବସାୟୀ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପୌର ନିର୍ବାହୀ ଅଧିକାରୀ, ଟାଉନ ଥାନାଧିକାରୀ, କଂଗ୍ରେସ ନେତା ନଳିନୀ ମହାନ୍ତି, ଦଳିତ ନେତା ରଂଜନ ଜେନା, ଅସରଫ ଅଲ୍ଲୀ ଖାଁ, ଟ୍ରଲି ଚାଳକ ସଂଘର ସଭାପତି ଫୈଜନ ଖାଁ, ବାତ୍ସା ଖାଁ, ଇସଲାମ ଖାଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଟ୍ରଲି ବ୍ୟବସାୟୀ ପୂର୍ବ ପରି ବ୍ୟବସାୟ କରିବେ, ମହତାବ ଛକ ଠାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ ସେମାନେ ବୁଲିବେ ନାହିଁ ଓ ଦୂରତା ରକ୍ଷା କରି ବ୍ୟବସାୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାକୁ ତଦାରଖ କରିବା ନିମିତ୍ତ ଟ୍ରଲି ସଂଘର ୫ଜଣଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଇତିମଧ୍ୟରେ ପୌର କର୍ତ୍ତୃପକ୍ଷ ରାସ୍ତା କଡ଼ରେ ଟ୍ରଲି ରଖି ବ୍ୟବସାୟ କରି ପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଟ୍ରଲି ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ତୁରନ୍ତ ସେମାନଙ୍କୁ ନିର୍ଦ୍ଧିଷ୍ଟ ଭାବେ ବ୍ୟବସାୟ କରିବାକୁ ଜାଗା ଦେବାକୁ ସଂଘର ସଭାପତି ଫେଜନ ଖାଁଙ୍କ ସମେତ ବହୁ ସଦସ୍ୟ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.