କେସିଙ୍ଗା ୧୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ କାଲି ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ ସମ୍ବଲପୁରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ମାଲ ବୋଘେଇ ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଏହି ଟ୍ରକରେ ନିର୍ମା କମ୍ପାନୀର ସର୍ପ ବୋଝେଇ ହୋଇ ଅତ୍ୟଧିକ ଲୋଡ଼ ରହିଥିବା ସହ ଡ୍ରାଇଭର ନିଦ୍ରା ଗ୍ରସ୍ତ ହେବା ଯୋଗୁଁ ଟ୍ରକ ଓଲଟି ପଡିଥିଲା ବୋଲି ଜଣାପଡ଼ିଛି। ଏହି ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ହେଲ୍ପର ଗୁରୁତର ଆହତ ହୋଇ କେସିଙ୍ଗା ଡାକ୍ତର ଖାନାରେ ଚିକିତ୍ସା ଧୀନ ଅଛି। କେସିଙ୍ଗା ପୋଲିସ ଏହି ନିର୍ମା କମ୍ପାନୀର କୌଣସି ପ୍ରକାର କାଗଜପତ୍ର ନ ଥିବା ଓ ଟ୍ରକର କିଛି ସଠିକ କାଗଜ ପତ୍ର ନ ଥିବା ଓ ଉକ୍ତ ସର୍ପ ସବୁ ନକଲି ବ୍ରାଣ୍ଡ ଯୁକ୍ତ ହୋଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରଥିବା ଜଣା ପଡ଼ିଛି।
