Home ଜିଲ୍ଲା ପରିକ୍ରମା ଟୋକା ଗଣେଶ ମଣ୍ଡପ ପ୍ରତିଷ୍ଠାତାଙ୍କ ପରଲୋକ

ଟୋକା ଗଣେଶ ମଣ୍ଡପ ପ୍ରତିଷ୍ଠାତାଙ୍କ ପରଲୋକ

111

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ ତଥା ପୁରୁଣାବଜାର ସ୍ଥିତ ଟୋକା ଗଣେଶ ପୂଜା ମଣ୍ଡପର ପ୍ରତିଷ୍ଠାତା କାଳନ୍ଦୀ ଚରଣ ନନ୍ଦୀଙ୍କର ପରଲୋକ ହୋଇ ଯାଇଛି । ପୁରୁଣାବଜାର ସ୍ଥିତ ତାଙ୍କ ବାସ ଭବନରେ ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପୁରୁଣା ବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବୀ ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ତାଙ୍କର ପରୋପକାରିତା ଗୁଣ ପାଇଁ ସେ ବେଶ୍ ଜନାଦୃତ ହୋଇ ପାରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.