କୋରାପୁଟ ୦୩-୦୭( ଓଡିଆ ପୁଅ /ରଂଜନ ଦାସ) ବିପୁଳ ପରିମାଣର ଗଞ୍ଜେଇ ଓ ଚୋରା ଚାଲାଣକାରୀଙ୍କୁ ଧରିବାରେ ଜୟପୁର ସଦର ଥାନା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଥିବା ଜଣାପଡିଛି । ଜୟପୁର ସଦର ଥାନା ପୋଲିସ ଦ୍ୱାରା ଏକ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି । ଜୟପୁର ସଦର ଥାନା ବ୍ରାହ୍ମଣୀଗାଁ ନିକଟରେ ଓଆର-୧୦ଏ ୯୭୯ ନମ୍ବର ଥିବା ଏକ ପିକଅପ ଭ୍ୟାନରେ ପ୍ରାୟ ୧୦ଣ ବ୍ୟକ୍ତି ଗଞ୍ଜେଇ ଲୋଡିଂ କରୁଥିବା ସୂଚନା ସଦରଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡଙ୍କୁ ମିଳିଥିଲା । ସୂଚନାକୁ ଆଧାର କରି ଓଆଇସି ଏବଂ ଅନ୍ୟ ପୋଲିସ କର୍ମଚାରୀ ଉକ୍ତ ସ୍ଥାନରେ ଚଢାଉ କରି ପିକଅପ ଭ୍ୟାନ ସହ ଗଞ୍ଜେଇ ଜବତ କରିଥିଲେ । ଘଟଣାରେ ପୋଲିସ ଜୟପୁର ଜୟନଗର ଅଂଚଳର ଅଭିନାଶ ମହାପାତ୍ର(୨୩) ଓ ନନ୍ଦପୁର ଥାନା ପେଟ୍ଟା ଗ୍ରାମର ପ୍ରଦୀପ ପ୍ରଧାନ(୨୮)କୁ ଗିରଫ କରିଛି । ଜୟପୁରର ମହମ୍ମଦ ଇକବାଲ ଓ କଳସହାଣ୍ଡି ଗ୍ରାମର ଶିବ ପୂଜାରୀଙ୍କ ସହ ଅନ୍ୟ ୭ଜଣ ଫେରାର ହୋଇ ଯାଇଥିବା ଜଣା ପଡିଛି । ପିକଅପ ଭ୍ୟାନରୁ ପୋଲିସ ୧୨୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ବଜାର ମୂଲ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨ଟି ମୋଟର ସାଇକେ ଲ ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପିସ୍ତଲ ଜବତ କରିଛି । ଗିରଫ ୨ଜଣଙ୍କୁ ଆଜି କୋର୍ଟ ଚଲାଣ କରାଯାଇଛି ।