Home ଜିଲ୍ଲା ପରିକ୍ରମା ଜେସିବି ମେସିନରେ ବ୍ୟକ୍ତିଗତ ଜମିରେ ମାଟିପଡିଲା, ମନରେଗା ବିଲ କରାଯିବା ମସୁଧା ଅଭିଯୋଗ, ସୂଚନା ଫଳକରେ...

ଜେସିବି ମେସିନରେ ବ୍ୟକ୍ତିଗତ ଜମିରେ ମାଟିପଡିଲା, ମନରେଗା ବିଲ କରାଯିବା ମସୁଧା ଅଭିଯୋଗ, ସୂଚନା ଫଳକରେ ନାହିଁ କୋଡ୍ ନମ୍ବର

28

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ‘ଚଣ୍ଡିମନ୍ଦିର ନିକଟ ଗ୍ରାମ୍ୟ ପାର୍କରେ ମାଟି ପୋତେଇ ଓ ଚତୁଃପାଶ୍ୱର୍ର ଉନ୍ନତିକରଣ’ ପ୍ରକଳ୍ପରେ ଜେସିବି ମେସିନ ସହାୟତାରେ ଘରୋଇ ଜମିରେ ମାଟି ପକାଇ ବିଲ୍ କରାଯିବା ମସୁଧା ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ୨୦୨୨-୨୩ ଆର୍ଥୀକ ବର୍ଷର ୯ଲକ୍ଷ ୯୦ ହଜାର ଟଙ୍କାର ଏହି ପ୍ରକଳ୍ପର ସୂଚନା ଫଳକରେ ପ୍ରକଳ୍ପର କୋଡ ନମ୍ବର ଉଲ୍ଲେଖ କରାଯାଇ ନାହିଁ । ଚଣ୍ଡିମନ୍ଦିର ପାଶ୍ୱର୍ର ଘରୋଇ ଜମିରେ ଜେସିବି ମେସିନ ସହାୟତାରେ ମାଟି ପକାଯାଇଛି । ଏ ସମ୍ପର୍କରେ ଗ୍ରାମବାସୀ ସୁଧିର ନାୟକ, ବିଷ୍ଣୁଚରଣ ନାୟକ, ହରିହର ମିଶ୍ର ପ୍ରମୁଖ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗର ସତ୍ୟତା ଜଣାପଡିବା ପରେ ବିଲ ପୈଠ ବନ୍ଦ କରାଯାଇଥିଲା । ଏବେ ପୁନର୍ବାର ଏହାର ବିଲ ପୈଠ ପାଇଁ ଫାଇଲ ମଗାଯାଇଥିବା ଜଣାପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥି ପୂର୍ବରୁ ସମାନ ଅଭିଯୋଗ ଥିବା ୨୦୨୨-୨୩ ଆର୍ଥୀକ ବର୍ଷରେ ପୋଖରୀ ନିକଟରେ ଥିବା ନପଙ୍ଗ କଲ୍ୟାଣମଣ୍ଡପର ଉନ୍ନତିକରଣ ପାଇଁ ବିଲ୍ ବନ୍ଦ କରାଯିବାର ୨ ମାସ ପରେ ରାଜନୈତିକ ଚାପ ପ୍ରୟୋଗ କରାଯାଇ ବିଲ ପୈଠ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୩ ମହଲା କୋଠାଘର ଥିବା ଗ୍ରାମର ଏକ ନିଦ୍ଦିଷ୍ଟ ବାହୁବଳୀ ପରିବାର ବହୁବାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ମାତ୍ର ଏଭଳି ଦୁର୍ନୀତି ସପକ୍ଷବାଦୀ କାର୍ଯ୍ୟ ବ୍ଲକସ୍ତରରେ ଅନାୟାସରେ କରାଯିବା ଦ୍ୱାରା ବ୍ଲକ ପ୍ରଶାସନର ସାଧୁତା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ପଞ୍ଚାୟତର ପୂର୍ବତନ ସରପଞ୍ଚ ପରିବାର ଓ ଏବର ସରପଞ୍ଚପରିବାର ପରସ୍ପର ସହ ହାତମିଳାଇ ବିଲ ହାତେଇବା ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ବୋଲି ଜଣାଯାଇଛି । ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ବିଡିଓ ଦେବଦତ୍ତ ସାହୁ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.